ଅପରାଧମୁଖ୍ୟ ଖବର

ଭୁବନେଶ୍ୱରର ସମପୁରରେ ଅବୈଧ ଏଲପିଜି ବ୍ୟବସାୟ ସନ୍ଦେହ, ୫୧ ସିଲିଣ୍ଡର ଜବତ

ଭୁବନେଶ୍ୱର:ସମପୁର ଅଞ୍ଚଳରେ ଅବୈଧ ଏଲପିଜି ବ୍ୟବସାୟ ଚାଲୁଥିବା ସନ୍ଦେହରେ ସିଭିଲ ସପ୍ଲାଇଜ ଏନଫୋର୍ସମେଣ୍ଟ ସ୍କ୍ୱାଡ ଚଢ଼ାଉ କରି ୫୧ଟି ଗ୍ୟାସ ସିଲିଣ୍ଡର ଜବତ କରିଛି।
ଭାରତପୁର ଥାନା ଅଧୀନ ଓର୍ଡ ନମ୍ବର ୨୩ରେ ଚାଲିଥିବା ଯାଞ୍ଚ ସମୟରେ ୧୪.୨ କିଲୋର ୫୧ଟି, ୨ କିଲୋର ୬ଟି ଏବଂ ୫ କିଲୋର ୫ଟି ସିଲିଣ୍ଡର ମିଳିଥିଲା। ସମସ୍ତ ସିଲିଣ୍ଡର ଖାଲି ଅବସ୍ଥାରେ ଥିଲା ଏବଂ ଘଟଣାସ୍ଥଳରେ କୌଣସି ଦାବିଦାର ମିଳିନଥିଲେ।
ସରକାରୀ ନିୟମ ଉଲ୍ଲଂଘନ କରି ଏହାକୁ ଅବୈଧ ଭାବେ ବ୍ୟବସାୟ ପାଇଁ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି। କମିଶନରେଟ ପୋଲିସ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପସ୍ଥିତିରେ ଏହି ଜବତି କାର୍ଯ୍ୟ ହୋଇଥିଲା।
ଏହି ଘଟଣାରେ ଜଡିତ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଇନନୁସାରେ ପଦକ୍ଷେପ ଆରମ୍ଭ କରାଯାଇଛି।

Show More

Related Articles

Back to top button