ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର, 17 ଏପ୍ରିଲ-ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ସମୀକ୍ଷା କରିଛନ୍ତି । ୨୧ ତାରିଖରେ ଓଡ଼ିଶା ଆସି ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
୨୧ ସକାଳେ ନୂଆଦିଲ୍ଲୀରୁ ବାୟୁସେନା ବିମାନରେ ଆସିବେ ରାଷ୍ଟ୍ରପତି । ସକାଳ ୧୦ଟା ୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ । ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ୧୧ଟା ୧୦ରେ ରାଉରକେଲାରେ ଓହ୍ଲାଇବେ । ସଡ଼କ ପଥରେ ସେକ୍ଟର ୧୩ ଯାଇ ସାଧାରଣ ସଭାରେ ଯୋଗ ଦେବେ । ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ଭବନ, ବିଜ୍ଞାନ ପାର୍କ ଓ ପାନେଟୋରିୟମ୍ ଉଦ୍ଘାଟନ କରିବେ ରାଷ୍ଟ୍ରପତି ।
ଏହାସହିତ କୋଏଲ ନଗରସ୍ଥିତ ପ୍ରମୋଦ ଉଦ୍ୟାନ ଉଦ୍ଘାଟନ କରିବେ ରାଷ୍ଟ୍ରପତି । ଜନଜାତି ସଂଗ୍ରହାଳୟ ଓ କମାଣ୍ଡ କଣ୍ଟ୍ରୋଲ୍ ସେଣ୍ଟର୍ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି । ରାଉରେକଲା ପ୍ରତ୍ୟାବର୍ତ୍ତନ ପରେ ଝାରସୁଗୁଡ଼ାରୁ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।
ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।


