
କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍ ୱାଜାର୍ଡଏକ୍ସ ଦ୍ୱାରା ଟ୍ୟାକ୍ସ ଠକେଇ ହୋଇଥିବା ନେଇ ଜଣାପଡ଼ିଛି । ଏନେଇ ଜିଏସ୍ଟି ଇଣ୍ଟେଲିଜେନ୍ସ ମାହାନିର୍ଦ୍ଦେଶାଳୟ ଦେଶରେ ସଂଚାଳିତ ଏହି ଏକ୍ସଚେଞ୍ଜ୍ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ମିଳିଥିବା .ତଥ୍ୟ ଅନୁସାରେ, କ୍ରିପ୍ଟୋକରେନ୍ସି ସେବା ପ୍ରଦାନକାରୀଙ୍କ ପାଖାପାଖି ୬ଟି କାର୍ଯ୍ୟାଳୟରେ ଛାନ୍ଭିନ୍ କରିଛି ଡିଜିଜିଆଇ । ଏଥିରେ ଏକ ବଡ଼ ଧରଣର ଜିଏସ୍ଟି ଚୋରି ହୋଇଥିବା ଜଣାପଡ଼ିଛି । କ୍ରିପ୍ଟୋ ୱାଲେଟ୍ ଏବଂ ଏକ୍ସଚେଞ୍ଜ ଏକ ପ୍ଲାଟ୍ଫର୍ମ । ଯେଉଁଠାରେ ବ୍ୟବସାୟୀ ଏବଂ ଗ୍ରାହକ ବିଟ୍କଏନ୍, ଏଥିରିୟମ୍, ରିପଲ୍ ଭଳି ଡିଜିଟାଲ୍ ଲେଣଦେଣ କରିଥାନ୍ତି ।
ସରକାରୀ ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, “ଏହି କମ୍ପାନୀଗୁଡିକ କ୍ରିପ୍ଟୋ ମୁଦ୍ରା କିଣିବା ଏବଂ ବିକ୍ରୟ ପାଇଁ ମଧ୍ୟସ୍ଥି ସେବା ଯୋଗାଉଛନ୍ତି। ଏହି ସେବାଗୁଡିକ ଉପରେ ୧୮ ପ୍ରତିଶତ ହାରରେ ଜିଏସ୍ଟି ଲାଗୁ ହୋଇଥାଏ । ଯାହାକୁ ଏହି ବ୍ୟବସାୟୀ ଫାଙ୍କି ଆସୁଛନ୍ତି । ଏହା ଉପରେ ସନ୍ଧାନ କରୁଥିବା ଅନ୍ୟ ଏକ ସରକାରୀ ଉତ୍ସ ANI କୁ କହିଛି ଯେ ଏହି ସେବା ପ୍ରଦାନକାରୀମାନେ ବିଟକଏନ୍ ଏକ୍ସଟେଞ୍ଜ୍ରେ ଜଡିତ ହେବା କମିଶନ ଚାର୍ଜ କରୁଥିଲେ । କିନ୍ତୁ ଜିଏସ୍ଟି ଟ୍ୟାକ୍ସ ଦେଉନଥିଲେ। ଏହି କାରବାରକୁ ନେଇ ଡିଜିଜି ପୂର୍ବରୁ ସଜାଗଥିଲା ଏବଂ ସମୟ ଦେଖି ସେମାନଙ୍କ ଉପରେ ଚଢ଼ାଉ କରାଯାଇଥିଲା । ଫଳରେ ପାଖାପାଖି ୭୦ କୋଟି ଟଙ୍କାର ଟ୍ୟାକ୍ସ ଚୋରି ହୋଇଥିବା ଜଣାପଡ଼ିଛି ।