ସୁପ୍ରଭାତ
ବଢିଲା ପେଟ ବଢାଏ ଥାଟ
——————————
ମାନୁଚି ଟିକିଏ ବଢ଼ିଚି ପେଟ,
ହେଲେ ଏଟା ପରା ବାମୁଁଣ ଥାଟ l
ତା ଉପରେ ପୁଣି ପଇତା ମୋଟା,
ସତେକି ସାଗରେ ରାମ ସେତୁଟା l
ମୋ ପେଟ ଉପରେ କାଇଁ ନଜର,
ଖାଇ ବଢ଼େଇଚି କି କା ବୋପାର l
କା ଛପନ ଇଞ୍ଚ ଛାତି ଫୁଲଇ,
ମୋର ଛତିଶ କୁ ଚାଉଁଚ କାଇଁ l
ମାଇପ ର ମୋର କଟାସ ଆଖି,
ପେଟ ଦେଖି ପ୍ରେମ ଯାଉଚି ଶୁଖି l
ଉପଦେଶ ଡେଲି କେତେ ଦଉଚି,
ହୋଇବ କଉଚି ହାର୍ଟ ଆଟାଚି l
ଗଣେଷ ପେଟୁଆ ମହାଦେବ,
ଯାହା ଦେବ ସବୁ ଖାଇଦେବ l
ଖାଇବା ରେ ଟିକେ କର କଣ୍ଟ୍ରୋଲ,
ସିଝା ପୋଡା ଖାଅ ଛାଡିକି ତେଲ l
ଝଅଟି ଉଠିକି ଦେଖ ସକାଳ,
ବାହାରକୁ ଯାଇ ପାଦ ପଖାଳ l
ଚାଲିଲେ ବୋହିବ ଦେହରୁଝାଳ,
ହୋଇବ ନାଇଁଟି କଲିମିଷ୍ଟ୍ରୋଲ l
ଛାତି ପେଟ ଯେବେ ହେବ ସମାନ,
ଟି ସାର୍ଟ ସାଙ୍ଗ ରେ ପିନ୍ଧିବ ଜିନ l
ନଚ୍ଛା ଟୋକା ପରି ତେମେ ଦୁସିବ,
ଇନ୍ଦିରା ପାର୍କକୁ ବୁଲେଇ ନବ l
ବାହ୍ମୁଣୀ କଥା କୁ ପୁରା ମାନୁଚି,
ଭୋଅରୁ ଏରୁଣ୍ଡି ବନ୍ଧ ଡେଉଁଚି l
ଛକ ରେ ଖଟି ଟା ଜମି ଯାଉଛି,
ଚାରି କପ ଚାହା ଶୋଷି ନଉଚି l
ଘରେ ଖାଏ ପଛେ ରୁଟି ସନ୍ତୁଳା,
ଅଫିସ ଆସିଲେ ସୁଖାଦ୍ୟ ମେଳା l
ଯେତେବି ଖାଇଲେ ମାଉଁସ ମାଛ,
କୁକୁର କି ହେବ ସେ ଗଜରାଜ l
କମିବା ବଢିବା ଈଶ୍ୱର ଫାନ୍ଦ,
ଶାଗ ଖିଆ ପେଜ ଖିଆକୁ ନିନ୍ଦ l