ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର
ଆଜିଠାରୁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାରରୁ ଦର୍ଶନ କରିବେ ଭକ୍ତ
ଦର୍ଶନ ପାଇଁ ବଡ଼ଦାଣ୍ଡରେ ସେଡ୍ ନିର୍ମାଣ
ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାରରୁ ଦର୍ଶନ କରିବେ ଭକ୍ତ । ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଉଭୟ ସିଂହଦ୍ୱାର ଓ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଅନୁମତି ମିଳିଛି । ଭକ୍ତଙ୍କୁ ସୁବିଧା ଦର୍ଶନ ପାଇଁ ବଡ଼ଦାଣ୍ଡରେ ସେଡ୍ ଗୁଡ଼ିକ ନିର୍ମାଣ କରାଯାଇଛି । ପାନୀୟ ଜଳର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଗକୁ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ ରଥ ଖଳାରେ ଆସନ୍ତା ଅକ୍ଷୟ ତୃତୀୟାଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେଣୁ ଗହଳି ହ୍ରାସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
ସେହିପରି ଦର୍ଶନ ସାରି ଭକ୍ତମାନେ ପଶ୍ଚିମ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ଏନେଇ ଗତ ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ।