ଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ରାଜଧାନୀର ରାଜରାସ୍ତାରେ ଖୁବଶୀଘ୍ର ଗଡିବ ଇ-ବସ୍

ଭୁବନେଶ୍ୱର : ରାଜଧାନୀର ରାଜରାସ୍ତାରେ ଖୁବଶୀଘ୍ର ଗଡିବ ଇ-ବସ୍ । ରୀଜ୍ୟରେ ‘ମୋ ବସ’ ସେବାର ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଏହି ସେବା ବର୍ତ୍ତମାନ କ୍ୟାପିଟାଲ ରିଜିଓନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‍) ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି । ରାଜଧାନୀ ସମେତ ଅନ୍ୟ ସହରାଞ୍ଚଳ ମାନଙ୍କରେ ପରିବହନ କ୍ଷେତ୍ରରେ କ୍ରୁଟ୍‍ର ‘ମୋ ବସ’ ସେବା ଅତ୍ୟାଧୁନିକ ଆରାମଦାୟକ ହୋଇପାରିଛି।

ଏହା ୩୨ଟି ରୁଟ୍‌ରେ ୨୨୫ ବସ ଚଳାଚଳ କରୁଛି। ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପିପିଲି, କୋଣାର୍କ ଓ ପୁରୀ ଭଳି ସହର ଦୈନିକ ହାରାହାରି ୧.୫ ଲକ୍ଷ ଯାତ୍ରୀ ଏଥିରେ ଯାତାୟାତ କରୁଛନ୍ତି। ପରିବର୍ତ୍ତିତ ପରିସ୍ଥିତିରେ ଏଥିରେ ଖୁବ୍‌ଶୀଘ୍ର ବ୍ୟାଟେରି ଚାଳିତ ବା ଇ-ବସ୍‌ ସାମିଲ କରିବାକୁ ମନ୍ତ୍ରୀ ଜେନା ପରାମର୍ଶ ଦେଇଛନ୍ତି। ୨୦୧୯ ମସିହାରୁ ପ୍ରତି ବର୍ଷ ଦୈନିକ ଯାତ୍ରୀ ପରିବହନ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବାବେଳେ ରାଜସ୍ବ ମଧ୍ୟ ବୃଦ୍ଧି ପାଇଛି।

ସେହିପରି ପଟିଆ ଓ ଭଗବାନପୁରରେ ଅତ୍ୟାଧୁନିକ ବସ୍‍ ଡିପୋ ନିର୍ମିତ ହୋଇଥିବା ବେଳେ ଗାଡ଼କଣ, ପୋଖରିପୁଟ ଓ ନରାଜଠାରେ ଡିପୋ କମ୍‍ ଅଫିସ ନିର୍ମାଣ କାର୍ଯ୍ୟ ଚଲିଛି। କ୍ୟାପିଟାଲ ରିଜିଅନର ବିଭିନ୍ନ ଆଭ୍ୟନ୍ତରରେ ସେବା ପ୍ରଦାନ ପାଇଁ ପ୍ରାୟ ୧୦୦ ମିନି ବସ୍‍ ଚଳାଚଳ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଛି।

 

Show More

Related Articles

Back to top button