ବାଣିଜ୍ୟ

L&T ଇନଫୋଟେକ୍ ଏବଂ ମାଇଣ୍ଡଟ୍ରିର ବିଲୟ ଘୋଷଣା

ହେବ ଦେଶର ପଞ୍ଚମ ବଡ଼ ଆଇଟି କମ୍ପାନୀ, ବଜାର ପୁଞ୍ଜି ୧୮ ବିଲିୟନ ଡଲାର

ନିର୍ମାଣ ଉଦ୍ୟୋଗର ଅନ୍ୟତମ ବଡ଼ କମ୍ପାନୀ ଏଲ ଆଣ୍ଡ ଟି ଶୁକ୍ରବାର ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ନିଜ ଦୁଇ ସ୍ପଫ୍ଟୱେର କମ୍ପାନୀ ଏଲ ଆଣ୍ଡ ଟି ଇନଫୋଟେକ୍ ଏବଂ ମାଇଣ୍ଡଟ୍ରିର ବିଲୟର ଘୋଷଣା କରିଛି। ଏକ ବୟାନ ଜାରି କରି କୁହାଯାଇଛି, L&T ଇନଫୋଟେକ ଏବଂ ମାଇଣ୍ଡଟ୍ରିର ବୋର୍ଡ ଶୁକ୍ରବାର ଆୟୋଜିତ ନିଜ ନିଜର ବୋର୍ଡ ମିଟିଂରେ ଲର୍ସନ ଆଣ୍ଡ ଟୁବ୍ରୋ ଗ୍ରୁପର ସେୟାର ବଜାରରେ ପଞ୍ଜିକୃତ ଦୁଇ ଆଇ ସର୍ଭିସେଜ କମ୍ପାନୀର ବିଲୟର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ବିଲୟ ପରେ କମ୍ପାନୀ “LTIMindtree” ନାଁରେ ଜଣାଯିବ। ଏଲଟିଆଇ କହିଛି, ଦୁଇ କମ୍ପାନୀର ବିଲୟ ନେଇ ଏବେ ସେୟାରହୋଲ୍ଡର ଏବଂ ନିୟାମକ ମଞ୍ଜୁରୀ ଦରକାର। ବିଲୟ ପ୍ରକ୍ରିୟା ଅନୁସାରେ, ମାଇଣ୍ଡ ଟ୍ରିର ସମସ୍ତ ସେୟାରହୋଲ୍ଡରଙ୍କୁ ୭୩ ସେୟାର ପରିବର୍ତ୍ତେ ଏଲ ଆଣ୍ଡ ଟି ଇନଫୋରେଟର ୧୦୦ ସେୟାର ମିଳିବ ।

ଏହିପରି ଏଲଟିଆଇ ନୂଆ ସେୟାର ବ୍ୟବସାର ଏନଏସଇ ଏବଂ ବିଏସଇରେ କରାଯିବ। ବିଲୟ ପରେ ଆଲ ଆଣ୍ଡ ଟି ଲିମିଟେଡ ଗ୍ରୁପ ନିକଚରେ ଏଲଟିଆଇରେ ୬୮.୭୩ ପ୍ରତିଶତ ସେୟାର ରହିବ। ୨୦୧୯ ମସିହାରେ ଏଲ ଆଣ୍ଡ ଟି ମାଇଣ୍ଡ ଟ୍ରିର ଅଧିଗ୍ରହଣ କରିଥିଲା। ବ୍ଲୁମବର୍ଗର ପରିସଂଖ୍ୟନ ଅନୁସାରେ ମାଇଣ୍ଡ ଟ୍ରିର ବଜାର ପୁଞ୍ଜି ୭.୨୧ ବିଲିୟନ ଡାଲର ଏବଂ ଏଥିରେ ଏଲ ଆଣ୍ଡ ଟି ୬୧ ପ୍ରତିଶତର ମାଲିକ। ଏହିପରି ଦୁଇ କମ୍ପାନୀର ବିଲୟ ପରେ ନୂଆ କମ୍ପାନୀର ବଜାର ପୁଞ୍ଜି ପ୍ରାୟ ୧୮ ବିଲିୟନ ଡଲାର ହେବ। ଏହାସହ କମ୍ପାନୀ ଦେଶର ପଞ୍ଚମ ବଡ଼ ଆଇଟି କମ୍ପାନୀ ହେବ।

Show More

Related Articles

Back to top button