ସମୁନ୍ଦ୍ର ଅଶାନ୍ତ ଥିବାରୁ ମାଛ ଧରି ଫେରୁଥିବା ମତ୍ସଜୀବୀଙ୍କ ଡଙ୍ଗା ଓଲଟିପଡିଛି

ବ୍ରହ୍ମପୁର : ବାତ୍ୟା ଅସାନିର ଆଗୁଆ ପ୍ରଭାବ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ସମୁନ୍ଦ୍ର ଅଶାନ୍ତ ଯୋଗୁଁ ଦୁଇ ଦୁଇଟି ଛାତି ଥରା ଦୃଶ୍ୟ ସାମ୍ନାକୁ ଆସିଛି। ବ୍ରହ୍ମପୁର ଗୋପାଳପୁରରେ ମାଛ ଧରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା। ୬ଟି ଡଙ୍ଗାରେ ମତ୍ସଜୀବୀ ମାଛ ମାରିବାକୁ ଯାଇଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ ଗୋଟିଏ ଡଙ୍ଗା ବୁଡି ଯାଇଥିବା ବେଳେ ଅନ୍ୟ ୫ଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ସାନଆର୍ଯ୍ୟପାଲି, ବଡ଼ ଆର୍ଯ୍ୟପାଲି ଓ ଗୋଳାବନ୍ଧ ଭଳି ଅଞ୍ଚଳର ୬୦ ଜଣ ମତ୍ସଜୀବୀ ୬ଟି ଡଙ୍ଗାରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ଫେରିବା ବେଳେ ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ଥିବାରୁ ସେମାନଙ୍କ ଡଙ୍ଗା ଓଲଟି ପଡ଼ିଥିଲା। ତେବେ ପ୍ରାୟ ଏକ ଘଣ୍ଟାର ସଙ୍ଘର୍ଷ ପରେ ସମସ୍ତ ମତ୍ସଜୀବୀ ପହଁରି ପହଁରି ସୁରକ୍ଷିତ ଭାବେ କୂଳରେ ପହଞ୍ଚିଥିଲେ। ଏମାନଙ୍କ ମାଛ, ଡଙ୍ଗା ଓ ଜାଲ ସବୁକିଛି ଭାସି ଯାଇଛି। ସେହିପରି ଦୁଇରୁ ତିନି ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଛନ୍ତି । ସେମାନେ ଚିକିତ୍ସିତ ହୋଇ ନିଜ ନିଜ ଘରକୁ ଫେରିଛନ୍ତି । ମତ୍ସ୍ୟଜିବୀ ମାନେ ଲକ୍ଷାଧିକ ଟଙ୍କାର ମାଛ ମାରି ସାଥିରେ ନେଇ ଆସୁଥିବା ବେଳେ ସେଗୁଡିକ ନଷ୍ଟ ହୋଇଯାଇଛି ।