Breaking PLUSଜୀବନଚର୍ଯ୍ୟାମୁଖ୍ୟ ଖବରସ୍ୱତନ୍ତ୍ର

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ: ସାପ କାମୁଡାରେ ପ୍ରାଣ ହରାଇଥିବା ଝିଅଟିର ଜୀବନ ଫେରାଇ ଆଣିବାକୁ ନଦୀରେ ଭେଳାକରି ଭସାଇଲେ ନାବାଳିକାର ମୃତଦେହ

କୋଲକାତା : ସାପ କାମୁଡ଼ାରେ ଝିଅଟି ପ୍ରାଣ ହରାଇଥିବା ବେଳେ ମୃତକଙ୍କ ପରିବାର ଲୋକେ ବିଶ୍ୱାସ କରନ୍ତି ଯେ, ନଦୀର ଲୁଣିଆ ପାଣିରେ ଭାସାଇଲେ ସାପ କାମୁଡ଼ାରେ ମୃତ ଝିଅ ପୁଣି ଜୀବନ୍ତ ହୋଇଯିବ। ମଙ୍ଗଳବାର ରାତିରେ ନାବାଳିକାର ଶବ ଏକ କଦଳୀ ଭେଳା ଉପରେ ଭାସୁଥିଲା । ବୁଧବାର ଅପରାହ୍ନରେ ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ଦକ୍ଷିଣ ୨୪ ପ୍ରଗଣାର ସୁନ୍ଦରବନର ସାଗର ବ୍ଲକର ମୃତ୍ୟୁଞ୍ଜୟନଗରରେ ଦେଖିବାକୁ ମିଳିଛି । ଘରେ ଶୋଇଥିବାବେଳେ ଶ୍ରାବଣୀ ମାଲାକରଙ୍କୁ ସାପ କାମୁଡ଼ିଥିଲା । ଶ୍ରାବଣୀଙ୍କ ବାପା ସୁବ୍ରତ ମାଲାକର କହିଛନ୍ତି ଯେ, ମଙ୍ଗଳବାର ରାତି ପ୍ରାୟ ସାଢେ ଗୋଟାଏ ବେଳେ ସେ ତାଙ୍କ ସ୍ତ୍ରୀ ଏବଂ ଝିଅ ଶ୍ରାବଣୀ ଘର ଚଟାଣରେ ଶୋଇଥିଲେ । ଶ୍ରାବଣୀଙ୍କୁ କଣ କାମୁଡ଼ି ଦେଲା ବୋଲି ସେ କହିଥିଲା । ଏହା ପରେ ଝିଅକୁ ନେଇ ପଡ଼ୋଶୀ ଗୁଣିଆଙ୍କ ନିକଟକୁ ଯାଇଥିଲେ । ସେଠାରେ ଶ୍ରାବଣୀ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ପରେ ତାଙ୍କୁ ସାଗର ବ୍ଲକ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତା’ପରେ ପରିବାର ଲୋକେ ମୃତଦେହକୁ ଘରକୁ ଆଣିଥିଲେ । ମଙ୍ଗଳବାର ରାତି ପ୍ରାୟ ସାଢେ ଆଠଟା ସମୟରେ ମୁରିଗଙ୍ଗା ନଦୀରେ ଏକ କଦଳୀ ଭେଳା ଉପରେ ଶ୍ରାବଣୀଙ୍କ ମୃତଦେହ ଭସାଯାଇଥିଲା । ବୁଧବାର ଭୋର ସମୟରେ କଦଳୀ ଭେଳା ଉପରେ ଝିଅଟିର ମୃତଦେହ ନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ବିଜ୍ଞାନ ମଞ୍ଚର ସଦସ୍ୟ ସୋମ୍ୟକାନ୍ତ ଜାନା କହିଛନ୍ତି ଯେ, ଝିଅକୁ ଗୁଣିଆ ନିକଟକୁ ନିଆଯିବା ପରେ ତାର ମୃତ୍ୟୁ ଘଟିଛି। ବୁଧବାର ଅପରାହ୍ନରେ ମୃତ୍ୟୁଞ୍ଜୟନଗର ଘାଟରୁ ପୁଲିସ ଝିଅର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Show More

Related Articles

Back to top button