Breaking PLUSଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

୬ ତାରିଖରୁ ପୁଣି ସମ୍ ହସ୍ପିଟାଲରେ କୋଭାକ୍ସିନ୍ ଟୀକାକରଣ ଆରମ୍ଭ

ଭୁବନେଶ୍ୱର : ସମ୍‌ ହସ୍ପିଟାଲରେ ଆସନ୍ତା ୬ରୁ ପୁଣି ଥରେ କୋଭାକ୍ସିନ୍‌ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସବୁ ବୟସର ବ୍ୟକ୍ତିଙ୍କୁ ଏହି ଟିକା ପ୍ରଦାନ କରାଯିବ ବୋଲି ହସ୍ପିଟାଲ୍‌ ପକ୍ଷରୁ ସୂଚନା ଦିଆଯାଇଛି ।ହସ୍ପିଟାଲ୍‌ରେ କୋଭିସିଲ୍ଡ ଟିକାକରଣ ଜାରି ରହିଥିବାବେଳେ କୋଭାକ୍ସିନ୍‌ ଟିକାକରଣ ସାମୟିକ ଭାବେ ବନ୍ଦଥିଲା । ସୋମବାର ଠାରୁ ଏହି ଟିକାକରଣ ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଏହି ଟିକାକରଣ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ସରକାରଙ୍କ ନିର୍ଦ୍ଧାରିତ ନିୟମାନୁଯାୟୀ ଟିକାକରଣରେ ପ୍ରତି ଡୋଜ୍‌ ପିଛା ୩୮୬ ଟଙ୍କା ରଖାଯାଇଛି । ଯେଉଁ ମାନେ ଏହି ଟିକା ଗ୍ରହଣ କରିନାହାନ୍ତି ସେମାନେ ନିଜର ପ୍ରଥମ, ଦ୍ୱିତୀୟ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ସମ୍‌ ହସ୍ପିଟାଲ୍‌ର ଟିକାକେନ୍ଦ୍ରରେ ଯାଇ ନେଇପାରିବେ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି ।

Show More

Related Articles

Back to top button