ଗଞ୍ଜାମ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁର : ଗଞ୍ଜାମ ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଦର୍ଶନ କରିଛନ୍ତି। ଏହାପରେ ସେ ବ୍ରହ୍ମପୁର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଏଣ୍ଡ ରିସର୍ଚ୍ଚ(ଆଇଜର) ସ୍ଥାୟୀ କ୍ୟାମ୍ପସ୍ରେ ହଷ୍ଟେଲ୍ ଉଦ୍ଘାଟନ ଏବଂ ଗୋଳନ୍ଥରା ଇଶାଣେଶ୍ୱର ପ୍ରାଙ୍ଗଣରେ ଆୟୋଜିତ କର୍ମକର୍ତ୍ତା ସମ୍ମିଳନୀରେ ଯୋଗ ଦେବେ । ରବିବାର ସକାଳ ୭ଟା ୩୦ରେ କେନ୍ଦ୍ରମନ୍ତ୍ରୀ ତାରାତାରିଣୀ ଦର୍ଶନ ପାଇଁ ବାହାରିଥିଲେ ।ସେଠାରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ଦର୍ଶନ କରିଥିଲେ। ଦର୍ଶନ ପରେ ସେ ଲାଉଡି ଗାଁରେ ଥିବା ଆଇଜର ସ୍ଥାୟୀ କ୍ୟାମ୍ପସ୍ରେ ପହଞ୍ଚିବେ । ସେଠାରେ ଆଇଜର ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିବା ସହ ଏଠାରେ ନିର୍ମିତ ହଷ୍ଟେଲ୍କୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ସେ ଗୋଳନ୍ଥରା ଇଶାଣେଶ୍ୱର ମନ୍ଦିର ପରିସରରେ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେବେ । କନିଷିରେ ମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଇଶାଣେଶ୍ୱରରେ ଆୟୋଜିତ କର୍ମକର୍ତ୍ତା ବୈଠକରେ ବିଜେପିର ଗଞ୍ଜାମ ଓ ଘୁମୁସର ଜିଲ୍ଲାର ଦୁଇ ସଭାପତିଙ୍କ ସହ ସମସ୍ତ ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି । କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।


