ରକ୍ତ ସର୍କରା ଓ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ପିସ୍ତା
ଶୁଖିଲା ଫଳରେ ରହିଛି ଏମିତି କିଛି ପୋଷକତତ୍ୱ ,ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ପିସ୍ତା ଏହିପରି ଏକ ସ୍ୱାଦ ଯୁକ୍ତ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଅଟେ ଯାହା ଆପଣଙ୍କୁ ସୁସ୍ଥ ରଖିବା

ପିସ୍ତା ଆପଣଙ୍କର ରକ୍ତଚାପ ଓ ରକ୍ତ ସର୍କରାକୁ ନିୟନ୍ତ୍ର କରିବାରେ ସହାୟକ ହେବ l ପିସ୍ତା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭ ଦାୟକ ଅଟେ ,ଆଜି ଆସନ୍ତୁ ଜାଣିବା ରକ୍ତ ସର୍କରାକୁ କିପରି ଭାବରେ ପିସ୍ତା ନିୟନ୍ତ୍ରଣ କରିଥାଏ l
ରକ୍ତ ସର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ପିସ୍ତା –
ପିସ୍ତା ମଧୁମେହ ରୋଗୀଙ୍କ ପାଇଁ ଗୋଟିଏ ହିତକର ଏହାର ବୋଲି ଧରାଯାଏ ,କାରଣ ଏଥିରେ ରକ୍ତରେ ଥିବା ସର୍କରା ନିୟନ୍ତ୍ରଣ ହୋଇଥାଏ l କେବଳ ପିସ୍ତା ନୁହେଁ କାଜୁ ବାଦାମ ଇଟିଡି ମଧ୍ୟ ପୋଷାକ ତତ୍ତ୍ୱରେ ଭରପୁର ଅଟନ୍ତି l ଯାହା ମଧୁମେହ ରୋଗୀଙ୍କର ରକ୍ତ ସର୍କରାକୁ ନିୟନ୍ତ୍ରଣ କରିଥାନ୍ତି l
ଓଜନ କମାଇବାରେ ସହାୟକ –
ପିସ୍ତା ପ୍ରୋଟିନରେ ଭରପୁର ଅଟେ l ସେଥିପାଇଁ ଏହା ଏକ ଉତ୍ତମ ଖାଦ୍ୟ l ପିସ୍ତକୁ ଉପଯୁକ୍ତ ମାତ୍ରାରେ ନିଜ ଖାଦ୍ୟରେ ସାମିଲ କଲେ ଓଜନ କମାଇବାରବେ ସାହାଯ୍ୟ ମିଳିଥାଏ l
ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ –
ପିସ୍ତା ଆପଣଙ୍କ ରକ୍ତଚାପ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ l ଏହା ସହିତ ଏହା ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ l
ଆଖିକୁ ସୁସ୍ଥ ରଖିଥାଏ –
ପିସ୍ତାରେ ଲିୟୁଟିଂ ଓ ଜାକସଥିନ ନାମକ ଆଣ୍ଟିଅକ୍ସିଡେଣ୍ଟ ମିଳିଥାଏ ,ଯାହା ଆପଣଙ୍କୁ ଫ୍ରି ରେଡ଼ିକୁଲସରୁ ଦୁରେଇ ରଖିବାରେ ସାହାଯ୍ୟ କରେ l ଏହା ସହିତ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ମଧ୍ୟ ବଢ଼ାଇଥାଅ l
ହାଡ଼କୁ ମଝବୁତ ରଖେ –
ପିସ୍ତାରେ କ୍ୟାଲସିୟମ ,ପୋଟାସିୟମ ,ମ୍ୟଗନେସିୟମ ଓ ଭିଟାମିନର ଭରପୁର ମାତ୍ର ମିଳିଥାଏ ,ଯାହା ହାଡ଼କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l