ଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସ୍ୱତନ୍ତ୍ର

 ଆସନ୍ତା ୧୭ରେ ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କ ୧୨ଶହରୁ ଊର୍ଦ୍ଧ୍ବ ଉପହାର

ଆସନ୍ତା ୧୭ରେ ନିଲାମ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀଙ୍କ ୧୨ଶହରୁ ଊର୍ଦ୍ଧ୍ବ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  କ୍ରୀଡ଼ାବିତ, ରାଜନେତା, ବିଦେଶରେ ତଥା ବିଭିନ୍ନ କ୍ଷେତ୍ରରେ ମିଳିଥିବା ଉପହାରର ନିଲାମ କରାଯିବ । ପ୍ରଧାନମନ୍ତ୍ରୀଙ୍କ ଏହି ଉପହାର ଗୁଡ଼ିକ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟରେ ରଖାଯାଇଥିବାବେଳେ ଏଥିପାଇଁ pmmementos.gov.in ଜରିଆରେ ନିଲାମ ପାଇଁ ପଞ୍ଜୀକରଣ ହେବ ଏବଂ ଅକ୍ଟୋବର ୨ ତାରିଖରେ ଶେଷ ହେବ । ଏଥିରୁ ଯେଉଁ ଟଙ୍କା ମିଳିବ,ସେସବୁକୁ ‘ନମାମି ମିଶନ ଗଙ୍ଗା’ କୁ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ଧୈତ ଗଡନାୟକ ।

ମହାନିର୍ଦ୍ଦେଶକ ଅଦ୍ଧୈତ ଗଡନାୟକ ଦେଇଥିବା ସୂଚନା ଅନୁଯାୟୀ, ”ସାଧାରଣ ବର୍ଗଙ୍କ ଠାରୁ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟର ପ୍ରତିନିଧିତ୍ବ କରୁଥିବା ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ଅନନ୍ୟ ଉପହାର ନିଲାମ କରାଯିବ । ଉପହାରର ମୂଲ୍ୟ ୧୦୦ ଟଙ୍କାରୁ ୧୦ ଲକ୍ଷ ରଖାଯାଇଛି ।

ଉପହାର ତାଲିକାରେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ରାଣୀ କମଳାପତିଙ୍କ ଏକ ପ୍ରତିମୂର୍ତ୍ତି ରହିଛି ।ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା ଦିଆଯାଇଥିବା ହନୁମାନ ପ୍ରତିମା ଏବଂ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ଦ୍ବାରା ମୋଦିଙ୍କୁ ଦିଆଯାଇଥିବା ଏକ ତ୍ରିଶୂଳ ସାମିଲ ରହିଛି ।” ଏଥିରେ ଜାତୀୟ କଂଗ୍ରେସ ପାର୍ଟି ନେତା ଅଜିତ ପାୱାର ଦେଇଥିବା ମହାଲକ୍ଷ୍ମୀଙ୍କ ଏକ ପ୍ରତିମୂର୍ତ୍ତି ଅଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଦ୍ବାରା ଦିଆଯାଇଥିବା ପ୍ରଭୁ ଭେଙ୍କେଟେଶ୍ବରଙ୍କ କଳାକୃତି ସାମିଲ ରହିଛି ।

ଏତଦ ବ୍ୟାତୀତ ବିଭିନ୍ନ ପେଣ୍ଟିଂ,ହସ୍ତଶିଳ୍ପ,ବକ୍ସିଂ ଗ୍ଲୋବ୍,ଜାଭେଲିନ,ମେଡାଲ ଜିତିଥିବା କ୍ରୀଡାବିତଙ୍କ ଟ୍-ସାର୍ଟ ଇଦ୍ୟାଦି ମଧ୍ୟ ରହିଛି । ଏହା ପ୍ରଧାନମନ୍ତ୍ରୀ ମୋଦି ଗ୍ରହଣ କରିଥିବା ଉପହାର ନିଲାମର ଏହା ଚତୁର୍ଥ ସଂସ୍କରଣ ଅଟେ ।

 

 

Show More

Related Articles

Back to top button