ଦେଶସ୍ୱତନ୍ତ୍ର

ଭାରତରେ ବୃଦ୍ଧି ପାଉଛି ଡିଜିଟାଲ କାରବାର

ଦିନକୁ ଦିନ ଭାରତରେ ଡିଜିଟାଲ କାରବାର ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି କୋଭିଡର ପବର୍ତ୍ତୀ ସମୟଠାରୁ କ୍ରେଡିଟ କାର୍ଡ ଓ ୟୁପିଆଇ-ୟୁନିଫାଏଡ୍ ପେମେଣ୍ଟ୍‌ସ ଇଣ୍ଟରଫେସ୍‌ ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଆକଳନ କରିଛନ୍ତି ଅର୍ଥନୀତି ବିଶେଷଜ୍ଞ ଓ ମାର୍କେଟ ପ୍ଲାନର ।

୨୦୧୭ରୁ ୨୦୨୨ ମଧ୍ୟରେ ଦେଶରେ କ୍ରେଡିଟ କାର୍ଡ ଉପଭୋକ୍ତାଙ୍କ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ମଧ୍ୟ ଡିଜିଟାଲ ପେମେଣ୍ଟ ସିଷ୍ଟମ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ବର୍ତ୍ତମାନ ଛୋଟ ଛୋଟ ପାନ କିମ୍ବା ଚାହା ଦୋକାନରେ ମଧ୍ୟ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଦେଖିବାକୁ ମିଳୁଛି ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ କାର୍ଡ ପରିଚାଳନା ନିର୍ଦ୍ଦେଶକ ରାମମୋହନ ରାଓ ଅମାରା କହିଛନ୍ତି ।

ରିଜର୍ଭ ବ୍ୟାଙ୍କରୁ ଉପଲବ୍ଧ ତଥ୍ୟ ଅନୁଯାୟୀ, ଚଳିତବର୍ଷ ଏପ୍ରିଲରେ ୟୁପିଆଇ ପେମେଣ୍ଟ୍‌ସ ୯.୮୩ ଲକ୍ଷ କୋଟି ଥିବାବେଳେ ଅଗଷ୍ଟରେ ଏହା ୧୦.୭୩ ଲକ୍ଷ କୋଟିକୁ ବୃଦ୍ଧି ପାଇଛି । ସେହିପରି ପିଓଏସ୍ (ପଏଣ୍ଟ ଅଫ୍ ସେଲ୍‌ସ) ଜରିଆରେ କ୍ରେଡିଟ କାର୍ଡ କାରବାର ଏପ୍ରିଲରେ ୨୯,୯୮୮ କୋଟି ଟଙ୍କା ଥିବାବେଳେ ଅଗଷ୍ଟରେ ଏହି ପରିମାଣ ୩୨,୩୮୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା କୁହାଯାଇଛି । ସେହିପରି ଇ-କମର୍ସ ପ୍ଲାଟଫର୍ମରେ ଏପ୍ରିଲରେ କ୍ରେଡିଟ କାର୍ଡ ଜରିଆରେ ୫୧,୩୭୫ କୋଟି ଟଙ୍କାର କାରବାର ହୋଇଥିବାବେଳେ ଅଗଷ୍ଟରେ ଏହା ୫୫,୨୬୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

 

Show More

Related Articles

Back to top button