ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଏକ ଭଡା ଘରୁ ଉଦ୍ଧାର ହେଲା ବିବାହିତ ମହିଳାଙ୍କ ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢୁଛି ଆତ୍ମହତ୍ୟା ଘଟଣା। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଭଡା ଘରୁ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ହେଲେ ପ୍ରିୟଙ୍କା ରାୟ ସାମନ୍ତ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ସେ ଭଡ଼ା ଘରେ ରହୁଥିବାବେଳେ ତାଙ୍କ ଘର ଢ଼େଙ୍କାନାଳ ଅଞ୍ଚଳରେ ବୋଲି ସୂଚନାମିଳିଛି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ସୂଚନା ଅନୁସାରେ, ୮ ବର୍ଷ ତଳେ ପ୍ରିୟଙ୍କା ଖୋର୍ଦ୍ଧାର ରତୀକ ଦାଶଙ୍କୁ ବିବାହ କରିଥିଲେ। ସ୍ୱାମୀ ଓ ୨ ଛୁଆଙ୍କ ସହ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିବାବେଳେ ଆଜି ତାଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର କରାଯାଇଛି। ପରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି କୁହାଯାଉଛି ।

Show More

Related Articles

Back to top button