ଓଡ଼ିଶାଭକ୍ତି

ଆଜିଠୁ ରାଧା ଦାମୋଦର ବେଶରେ ସଜେଇ ହେବେ ଶ୍ରୀଜୀଉ

ଆଜିଠୁ ଶ୍ରୀମନ୍ଦିରରେ ବାଳଧୂପ ଏବଂ ରାଧାଦାମୋଦର ବେଶ ଅନୁଷ୍ଠିତ । ତେଣୁ ଆଜିଠୁ ରାଧା ଦାମୋଦର ବେଶରେ ସଜେଇ ହେବେ ଶ୍ରୀଜୀଉ । କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ।

ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ, ଯାହା ବାଳଧୂପ ନାମରେ ପରିଚିତ। ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତଃ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ , ଖୁଦି , ଚାଉଳିଆ , ସେଓ , କମଳା , କଦଳୀ , କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ।

Show More

Related Articles

Back to top button