ଅପରାଧଆଇନ କାନୁନଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଏକ ତରଫା ପ୍ରେମକୁ ନେଇ ପ୍ରେମିକା ଘର ଉପରକୁ ବୋମା ମାଡ କଲା ପ୍ରେମିକ

ରସିଂହପୁର: କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଚକ୍ରପ୍ରସାଦ ଗ୍ରାମରେ ଘଟିଛି ଏଭଳି ଏକ ଅଘଟଣ। ଏକ ତାରଫା ପ୍ରେମକୁ ନେଇ ପ୍ରେମିକା ଘର ଆଗରେ ବୋମା ମାଡ଼ କରିଛି ପ୍ରେମିକ। ବୋମା ମାଡ଼ରେ କାହାର କିଛି କ୍ଷୟ କ୍ଷତି ହୋଇ ନ ଥିବା ବେଳେ ଘରର କିଛି ଅଂଶ ନଷ୍ଟ ହୋଇଯାଇଛି। ଖବର ପାଇ ଘଟଣା ସ୍ଥାନରେ ନରସିଂହପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଚକ୍ରପ୍ରସାଦ ଗ୍ରାମ ମୁଣ୍ଡିଆ ସାହିରଙ୍କ ପୁଅ ଦିପୁ ନାୟକ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଏକ ତରଫା ପ୍ରେମ କରୁଥିଲେ। ଝିଅକୁ ଅନେକ ସମୟରେ ରାସ୍ତାରେ ଯିବା ଆସିବା ସମୟରେ ହଇରାଣ କରୁଥିବା ପରିବାର ପକ୍ଷରୁ କୁହାଯାଇଛି। ଝିଅ ଏବଂ ତାର ପରିବାର ଏହାକୁ ବାରଣ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଦିପୁ ନାୟକ ଏକ ତରଫା ପ୍ରେମ କରୁଥିବା ନାବାଳିକାର ଘର ଉପରକୁ ବୋମା ମାଡ଼ କରିଛି। ଘଟଣା ସ୍ଥଳରେ ନରସିଂହପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Show More

Related Articles

Back to top button