ଦେଶସ୍ୱତନ୍ତ୍ର

ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା

ଧବଳେଶ୍ୱର ପୀଠରେ ଜାରି ହେଲା ୧୪୪ ଧାରା । ଝୁଲାପୋଲର ମରାମତି କାର୍ଯ୍ୟ ଚାଲୁଥିବାରୁ ଏହି ଧାରା ଲାଗୁ କରାଯାଇଛି । ଏନେଇ ନେଇ ଆଠଗଡ ଉପଜିଲ୍ଲାପାଳଙ୍କ ସୂଚନା । ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନ ଥିବାରୁ ୧୪୪ ଧାରା ଜାରି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି ନେଇ ଉପଜିଲ୍ଲାପାଳଙ୍କ ସୂଚନା ।

ଗୁଜୁରାଟ ଝୁଲାପୋଲ ଟ୍ରାଜେଡି ପରେ ଚେତିଲା ପ୍ରଶାସନ । ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା । ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହେଲା ।

Show More

Related Articles

Back to top button