ଦେଶସ୍ୱତନ୍ତ୍ର

ଭାରତ ରଚିବ ଇତିହାସ,ପ୍ରଥମ ଥର ଶ୍ରୀହରିକୋଟାରୁ ଲଞ୍ଚ ହେବ ପ୍ରାଇଭେଟ ସ୍ପେସ ରକେଟ୍

ଇତିହାସ ରଚିବାକୁ ଯାଉଛି ଭାରତ । ଭାରତରେ ପ୍ରଥମ ଥର ପାଇଁ ଲଞ୍ଚ ହେବାକୁ ଯାଉଛି ପ୍ରାଇଭେଟ ସ୍ପେସ କମ୍ପାନୀର ରକେଟ୍ । ତେବେ ଏହା ଇସ୍ରୋର ଶ୍ରୀହରିକୋଟାର ସତୀଶ ଭବନ ସ୍ପେସ ସେଣ୍ଟରର ଲଞ୍ଚ ପ୍ୟାଡରେ ଏହି ରକେଟ ଲଞ୍ଚ କରାଯିବ ।

କମ୍ପାନୀର ସିଇଓ ତଥା ସହ ସମ୍ପାଦକଙ୍କ ସୂଚନା ଅନୁଯାୟୀ, ହାଇଦ୍ରାବାଦର ସ୍କାଏରୁଟ ଏରୋସ୍ପେସ କମ୍ପାନୀ ତରଫରୁ ଏହାକୁ ପ୍ରସ୍ତୁତ କରାଯାଇଥିବାବେଳେ ଏହା ଏକ ଟେଷ୍ଟ ଫ୍ଲାଇଟ  ରକେଟ ଅଟେ । ଏହି ରକେଟ୍ ଲଞ୍ଚ କରିବା ପାଇଁ ଆସନ୍ତା ୧୨ ତାରିଖରୁ ୧୬ ତାରିଖ ମଧ୍ୟରେ ଲଞ୍ଚିଙ୍ଗ ୱିଣ୍ଡୋ ସ୍ଥିର କରିଛି ଇସ୍ରୋ ।

ପାଣିପାଗକୁ ନଜରରେ ରଖି ୧୨ରୁ ୧୬ ତାରିଖ ମଧ୍ୟରେ ଲଞ୍ଚ କରାଯିବ ରକେଟ Vikram-S । ଭାରତର ପ୍ରସିଦ୍ଧ ବୈଜ୍ଞାନିକ ତଥା ଇସ୍ରୋର ସଂସ୍ଥାପକ ଡ. ବିକ୍ରମ ସାରାଭାଇଙ୍କ ନାମ ଅନୁସାରେ ନାମକରଣ କରାଯାଇଛି । ଏହାକୁ ‘ମିସନ ପ୍ରାରମ୍ଭ’ର ନାମ ଦିଆଯାଇଛି ।ଗତବର୍ଷ ନଭେମ୍ୱର ୨୫ ତାରିଖରେ ସ୍କାଏରୋଟ୍ ଏରୋସ୍ପେସ୍ ଏହାର ପ୍ରଥମ ୩ଊ ମୁଦ୍ରିତ କ୍ରିଏୋଜେନିକ୍ ଇଞ୍ଜିନର ସଫଳ ପରୀକ୍ଷଣ କରିଥିଲା ସ୍କାଏରୁଟ ଏରୋସ୍ପେସ ।

Show More

Related Articles

Back to top button