ଓଡ଼ିଶାମୁଖ୍ୟ ଖବରରାଜନୀତି

ଏଣିକି ୩ ବର୍ଷରୁ ଅଧିକ ରହିପାରିବେନି କର୍ମଚାରୀ, ଜାରି ହେଲା ବଦଳି ନିର୍ଦ୍ଦେଶ

ରାଜ୍ୟର ରାଜସ୍ୱ ପ୍ରଶାସନ ଅଧୀନ କାର୍ଯ୍ୟାଳୟଗୁଡ଼ିକରେ ପାରଦର୍ଶିତା ଓ ପ୍ରଶାସନିକ ଶୃଙ୍ଖଳା ବଢ଼ାଇବାକୁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ଗୋଟିଏ କାର୍ଯ୍ୟାଳୟରେ କୌଣସି କର୍ମଚାରୀ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ନିର୍ଦ୍ଧାରିତ ସମୟ ଉପରାନ୍ତ ସମସ୍ତଙ୍କ ବାଧ୍ୟତାମୂଳକ ବଦଳି କରାଯିବ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏହି ସମ୍ପର୍କରେ ନିର୍ଦ୍ଦେଶ ଜାରି କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଚିଠି ମାଧ୍ୟମରେ ଏହି ନୀତିକୁ କଡ଼ାଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ନିୟମ ଅନୁଯାୟୀ ଜିଲ୍ଲାପାଳ, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ବ୍ଲକ୍ ଓ ତହସିଲ ସ୍ତରରେ କାର୍ଯ୍ୟରତ ସେକ୍ସନ ଅଫିସର (SO), ସିନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (SRA), ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ସହ ରେଭେନ୍ୟୁ ସୁପରଭାଇଜର (RS), ରେଭେନ୍ୟୁ ଇନ୍ସପେକ୍ଟର (RI), ଏସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର (ARI) ଓ ଅମିନ ପ୍ରମୁଖ କର୍ମଚାରୀଙ୍କୁ ଏହି ନୀତିରେ ଆଣାଯିବ।

ଯେଉଁ କର୍ମଚାରୀମାନେ ଏକେ ଅଫିସ୍‌ରେ ୩ ବର୍ଷରୁ ଅଧିକ ସମୟ ରହିଛନ୍ତି, ସେମାନଙ୍କର ତୁରନ୍ତ ବଦଳି ଓ ରୋଟେସନ୍ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମିଳିଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ୧୫ ଜୁନ୍ ୨୦୨୬ ସୁଦ୍ଧା ଶେଷ କରିବାକୁ କଡ଼ା ଆଦେଶ ଦିଆଯାଇଛି।

ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶାସନିକ ସ୍ୱଚ୍ଛତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଭାବେ ଦେଖାଯାଉଛି।

Show More

Related Articles

Back to top button