Breaking PLUSଓଡ଼ିଶାମୁଖ୍ୟ ଖବର

ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ

ଭକ୍ତଙ୍କୁ ମିଳିବ ଅତ୍ୟାଧୁନିକ ସୁବିଧା

ଆସନ୍ତା ଅକ୍ଟୋବର ମାସରେ ନିର୍ମାଣାଧୀନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାମ ଶେଷ ହେବ। ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ଶେଷ ହେଲେ ଭକ୍ତଙ୍କୁ ଶ୍ରୀମନ୍ଦିରର ମେଘନାଦ ପାଚେରୀ ବାହାରେ ଅତ୍ୟାଧୁନିକ ସୁବିଧା ମିଳିପାରିବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧିନରେ ନିର୍ମିତ ଶୌଚାଳୟକୁ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଆଗାମୀ ଦିନରେ ଆହୁରି ଅନେକ ସୁବିଧା ଭକ୍ତଙ୍କ ପାଇଁ ଉପଲବ୍ଧ ହେବ। ପରିକ୍ରମା ପ୍ରକଳ୍ପ ନିର୍ମାଣ କାମ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ ଏହି ସୂଚନା ଦେଇଛନ୍ତି।

ଅନ୍ୟପଟେ ଅବଢ଼ା ଯୋଜନାରେ ବିଭିନ୍ନ କାମ ଉପରେ ସମୀକ୍ଷା ହୋଇଥିଲା। ଏହି ବୈଠକରେ ପରିକ୍ରମା ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିଲା। ଅକ୍ଟୋବର ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସାରିବାକୁ ଚେଷ୍ଟା କରାଯାଉଛି।

Show More

Related Articles

Back to top button