
ଭୁବନେଶ୍ୱର, 22 ମାର୍ଚ୍ଚ – ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଛନ୍ତି କଟକ ମେୟର । ୩ ବିଧାୟକ କଟକକୁ କଳଙ୍କିତ କଲେ ବୋଲି କହିଛନ୍ତି ମେୟର ସୁବାସ ସିଂ ।
କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଛନ୍ତି ସୁବାସ ।ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ କଳଙ୍କିତ କଲେ ।ଏମାନେ ଯେଭଳି ବିଶ୍ବାସଘାତ କରିଛନ୍ତି, ରାଜ୍ୟବାସୀ କେବେ କ୍ଷମା ଦେବେନି ।
ଆଗକୁ ଏମାନେ ଖତ ହୋଇଯିବେ କହିଛନ୍ତି ସୁବାସ ସିଂ ।୨ ବର୍ଷ ତଳୁ ଏମାନେ ଷଡ଼ଯନ୍ତ୍ରରେ ଲିପ୍ତ ଥିଲେ, ଏବେ ସାମ୍ନାକୁ ଆସିଲା ।ଦମ୍ ଅଛି ତ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ନ୍ତୁ । କେବଳ ନିଜ ଅପକର୍ମକୁ ଲୁଚାଇବା ପାଇଁ ବିଜୁ ଲିଗାସି କଥା କହୁଛନ୍ତି ବୋଲି କହିଛନ୍ତି ସୁବାସ ସିଂ ।



