Breaking PLUSଦେଶମୁଖ୍ୟ ଖବର
ପୁଣି ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ
କୋଲକାତା,22 ଫେବୃୟାରୀ – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ପୁଣି ଥରେ ବାତିଲ ହୋଇଛି । ଫେବୃୟାରୀ 28ରେ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ଥିଲା । ଫେବୃୟାରୀ 29ରେ ସେ ମାୟପୁରରେ ଇସ୍କନ ମନ୍ଦିର ଯିବାର କାର୍ଯ୍ୟକ୍ରମ ଥିଲା ।
ତେବେ ବିଜେପି ସୂତ୍ରରୁ ଜଣାପଡିଛି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ ପଶ୍ଚିମବଙ୍ଗ ଆସୁନାହାନ୍ତି । ଏହାପୂର୍ବରୁ ଅମିତ ଶାହ ନଭେମ୍ବର ଓ ଡିସେମ୍ବର ଶେଷ ସପ୍ତାହରେ ପଶ୍ଚିମବଙ୍ଗ ଆସିଥିଲେ । ତେବେ ଜାନୁୟାରୀ ଓ ଫେବୃୟାରୀ ଅନ୍ତିମ ସପ୍ତାହରେ ତାଙ୍କର ପ୍ରସ୍ତାବିତ ଗସ୍ତ ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି ।