Breaking PLUSଓଡ଼ିଶାମୁଖ୍ୟ ଖବର

ଚିକିଟି ମଦ ମୃତ୍ୟୁ ଘଟଣା ପରେ ୨ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର-ଚିକିଟି ମଦ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ। ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅପସାରଣ ପାଇଁ ନିର୍ଦ୍ଦେଶ ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ଚିକିଟି ମଦ ମୃତ୍ୟୁ ଘଟଣା ପରେ ୨ ଅଧିକାରୀଙ୍କ ବଦଳି କରାଯାଇଛି । ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସ୍‌ଆଇଙ୍କ ବଦଳି ହୋଇଥିବା ସୂଚନା ମିଳିଛି । ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତିଙ୍କ କୋରାପୁଟକୁ ବଦଳି ହୋଇଥିବା ବେଳେ ଏସ୍ଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି । ଗତକାଲି ନିଲମ୍ବିତ ହୋଇଛନ୍ତି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ।

ବିଷାକ୍ତ ମଦ ପିଇ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲା ଚିକିଟି ଏନ୍‌ଏସି ଜେନାପୁର ଗ୍ରାମର ଜୁର ବେହେରା (୬୦) ଓ ଲୋକନାଥ ବେହେରା ଓରଫ୍ ମାଲ (୩୪)ଙ୍କର ମୃତ୍ୟୁ ହୋଇଥିଲା ।

Show More

Related Articles

Back to top button