Breaking PLUSଓଡ଼ିଶାମୁଖ୍ୟ ଖବର
2 ଦିନ ପରେ କମିବ ଶୀତ

ଭୁବନେଶ୍ବର : ରାଜ୍ୟର ୫ ଟି ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟର ଅନ୍ୟ ସହର ଗୁଡିକରେ ରାତି ତାପମାତ୍ରା ୧୫ଡିଗ୍ରୀ ତଳେ ରହିଥିବାରୁ ଶୀତ ଅନୁଭୂତ ହେଉଛି। ଆସନ୍ତା ୨ଦିନ ପରେ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ସକାଳେ ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, କନ୍ଧମାଳ, ଜଗତସିଂହପୁର ଜିଲାର କିଛି ଅଞ୍ଚଳରେ କୁହୁଡି ଦୃଶ୍ୟମାନ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା ଏବଂ କନ୍ଧମାଳ ଜିଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।


