Breaking PLUSଓଡ଼ିଶାମୁଖ୍ୟ ଖବର

ବିଦା ହେଲେ ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ

ଦେବଗଡ଼: ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ମଞ୍ଜରୀ ଦେଇ ପଦଚ୍ୟୁତ ହୋଇଛନ୍ତି। ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ବିଭିନ୍ନ ଅନିୟମିତତା ଅଭିଯୋଗ ରହିଥିଲା। ଅଭିଯୋଗ ଆଧାରରେ ରାଜ୍ୟ ସରକାର ଗତ ନଭେମ୍ବର ୧୧ ତାରିଖରେ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ନୋଟିସ ଜାରୀ କରିଥିଲେ। ସେହିପରି ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲ୍ଲଙ୍ଘନ କରିବା ସହ ଗାଇଡଲାଇନକୁ ଅମାନ୍ୟ କରିଥିବା ରାଜ୍ୟ ସରକାର ଜିଲାପାଳଙ୍କ ତଦନ୍ତ ରିପୋର୍ଟରୁ ଅନୁଭବ କରିଥିଲେ। ଫଳରେ ତାଙ୍କ ବିରୁଦ୍ଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଅପସାରଣ କରାଯାଇଥିବା ଜଣାପଡ଼ିଛି।

Show More

Related Articles

Back to top button