Breaking PLUSଓଡ଼ିଶାମୁଖ୍ୟ ଖବର

ଭରତପୁର ଜଙ୍ଗଲକୁ ଫେରିଲେ ଦୁଇ ଦନ୍ତା ହାତୀ

ଭୁବନେଶ୍ୱର: ଭରତପୁର ଜଙ୍ଗଲକୁ ଫେରିଲେ ଦୁଇ ଦନ୍ତା ହାତୀ  । ଭୋର ୪ଟାରେ ପଥରଗାଡ଼ିଆ ମଶାଣି ପାଚେରି ଭାଙ୍ଗି ଜଙ୍ଗଲକୁ ଫେରିଯାଇଛନ୍ତ ଦନ୍ତା । ଗତ ୩ ଦିନ ହେଲା ଶିଖରଚଣ୍ଡୀ ମୁଣ୍ଡିଆରେ ଥିଲେ ଦୁଇ ଦନ୍ତା  । ଦନ୍ତା ହାତୀଙ୍କୁ ଘଉଡ଼ାଇବା ପାଇଁ ନାଇଟ୍‌ ଅପରେସନ କରିଥିଲା ଚନ୍ଦକା ବନଖଣ୍ଡ  । DFOଙ୍କ ନେତୃତ୍ବରେ ଗଠନ ହୋଇଥିଲା ସ୍ପେଶାଲ୍‌ ଟିମ୍‌ ।

ଏଠାରେ ସୂଚନାଯୋଗ୍ୟ, ଦୁଇଦିନ ହେଲା ଶିଖରଚଣ୍ଡୀ ପାହାଡ଼ରେ ପୁଣି ଦନ୍ତା ହାତୀ ଆତଙ୍କ ଦେଖାଦେଇଥିଲା । ୨ଟି ଦନ୍ତା ହାତୀ ପାହାଡ଼ରେ ଦୁଇ ଦିନ ହେଲା ଡେରା ପକାଇଥିଲା । ଦୁଇ ଦନ୍ତାଙ୍କ ନାମ ବଡ଼ ଫେରେକଟା ଓ ସାନ ଫେରେକଟା  ।

ଏହାପୂର୍ବରୁ ଡିସେମ୍ବର ମାସରେ ଶିଖରଚଣ୍ଡି ପାହାଡରେ ହାତୀ ବୁଲୁଥିଲା । ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ବୁଲୁଥିବା ୨ ଦନ୍ତା ହାତୀ ନଯିବା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା ଶିଖରଚଣ୍ଡୀ ପୀଠ । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ ବିଭାଗ ଏଭଳି ପଦକ୍ଷେପ ନେଇଥିଲା ।

Show More

Related Articles

Back to top button