Breaking PLUSଓଡ଼ିଶାମୁଖ୍ୟ ଖବର

ପଶ୍ଚିମରେ ଅଗ୍ନିବର୍ଷା

ଭୁବନେଶ୍ୱର, 19 ଏପ୍ରିଲ- ଜଳୁଛି ପୂରା ଓଡ଼ିଶା । ପଶ୍ଚିମରେ ଅଗ୍ନିବର୍ଷୀ ତାତି ଅନୁଭୂତ ହେଉଛି। ପୂର୍ବାହ୍ଣ ୯ଟା ବାଜିଲେ ପଦାକୁ ବାହାରି ହେଉନି। ପ୍ରବଳ ଖରାରେ ତାତି ଉଠୁଛି ପଶ୍ଚିମାଞ୍ଚଳ। ମଝିରେ ମଝିରେ ମାରୁଛି ଝାଞ୍ଜିପବନ। ମୁହଁ, ଦେହ ପୋଡ଼ି ପକାଉଛି। କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ, ବରଂ ଦକ୍ଷିଣ ଓଡ଼ିଶାର ମାଲକାନଗିରି ଜିଲାରେ ଦିନ ତାପମାତ୍ରା ୪୦ଡିଗ୍ରୀ ଛୁଇଁଲାଣି। କିନ୍ତୁ ଉପକୂଳବର୍ତ୍ତୀ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି।

ଆସନ୍ତା ୫ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ଆଶ୍ବସ୍ତି ମିଳିବାର ସମ୍ଭାବନା ନାହିଁ। ଏପରିକି ୨୦ତାରିଖ ବେଳକୁ ଭୁବନେଶ୍ବରରେ ପାରଦ ୪୦ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି। ଶନିବାର ଟିଟିଲାଗଡ଼ରେ ପାରଦ ୪୨.୭ଡିଗ୍ରୀ ଛୁଇଁଛି। ଏଠାରେ ରବିବାର ତାପମାତ୍ରା ୪୬ଡିଗ୍ରୀ ଟପିବା ସମ୍ଭାବନା ରହିଛି।

Show More

Related Articles

Back to top button