Breaking PLUSଦେଶମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟି

ଫେମିନା ମିସ୍ ଇଣ୍ଡିଆ ୨୦୨୬ରେ ସାଧ୍ଭୀ ସତୀଶ ସାଇଲ ବିଜେତା

ମିସ୍ ଇଣ୍ଡିଆ ୨୦୨୬ ବିଜେତା

୬୧ତମ ଫେମିନା ମିସ୍ ଇଣ୍ଡିଆ ୨୦୨୬ର ଗ୍ରାଣ୍ଡ ଫାଇନାଲ ଏପ୍ରିଲ ୧୮ରେ ଭୁବନେଶ୍ୱରର କିଟ୍ କ୍ୟାମ୍ପସରେ ଆୟୋଜିତ ହୋଇ ଭବ୍ୟ ଭାବେ ସମାପ୍ତ ହୋଇଛି। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସାଧ୍ଭୀ ସତୀଶ ସାଇଲ ବିଜେତା ହୋଇ ମୁକୁଟ ଜିତିଛନ୍ତି।ମହାରାଷ୍ଟ୍ରର ରାଜନନ୍ଦିନୀ ପାୱାର ପ୍ରଥମ ରନର୍-ଅପ୍ ଓ ଜମ୍ମୁ-କାଶ୍ମୀରର ଶ୍ରୀ ଆଦ୍ୱୈତା ଦ୍ୱିତୀୟ ରନର୍-ଅପ୍ ହୋଇଛନ୍ତି।
ଏହି ଆୟୋଜନଟି ପ୍ରଥମ ଥର ପାଇଁ କୌଣସି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହୋଇଥିବାରୁ ଏହା ଓଡ଼ିଶା ପାଇଁ ଐତିହାସିକ ମୁହୂର୍ତ୍ତ ହୋଇଛି। ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ସୌନ୍ଦର୍ଯ୍ୟ, ପ୍ରତିଭା ଓ ବ୍ୟକ୍ତିତ୍ୱର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳିଥିଲା।
“ଡ଼ଟର୍ସ ଅଫ୍ ଦିସ୍ ସଏଲ୍” ଥିମ୍‌ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ପାରମ୍ପରିକ ପୋଷାକ, ଇଭନିଂ ଗାଉନ୍ ଓ ଶେଷ ପ୍ରଶ୍ନୋତ୍ତର ରାଉଣ୍ଡରେ ସାଧ୍ଭୀଙ୍କ ଆତ୍ମବିଶ୍ୱାସ ଓ ପ୍ରଦର୍ଶନ ନ୍ୟାୟାଧୀଶମାନଙ୍କୁ ମନମୁଗ୍ଧ କରିଥିଲା।
ଏହି ଅବସରରେ ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକର, ଅଭିନେତ୍ରୀ ନେହା ଧୁପିଆ, ସଙ୍ଗୀତ ନିର୍ଦ୍ଦେଶକ ଆମାଲ୍ ମଲିକ ଓ ଅଭିନେତ୍ରୀ ଜିନତ୍ ଅମାନ ପରି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ।


ଫାଇନାଲେ ପୂର୍ବରୁ ପ୍ରତିଯୋଗୀମାନେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିଥିବା ସହ ଛେନା ପୋଡ଼ ଉତ୍ସବରେ ଯୋଗଦେଇ ଓଡ଼ିଶାର ସଂସ୍କୃତିକୁ ଅନୁଭବ କରିଥିଲେ।
ବିଜେତା ସାଧ୍ଭୀ ସତୀଶ ସାଇଲ ବର୍ତ୍ତମାନ ୭୫ତମ ମିସ୍ ୱର୍ଲ୍ଡ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବେ। ପୂର୍ବତନ ବିଜେତା ନିକିତା ପୋରୱାଲଙ୍କ ହାତରେ ମୁକୁଟ ପିନ୍ଧି ସେ ନୂତନ ଯାତ୍ରାର ଆରମ୍ଭ କରିଛନ୍ତି।
ଏହି ଭବ୍ୟ ଆୟୋଜନ ସହିତ ରାତିଟି ଉତ୍ସବମୟ ଓ ଗର୍ବର ମହଲରେ ସମାପ୍ତ ହୋଇଥିଲା।

Show More

Related Articles

Back to top button