Breaking PLUSଓଡ଼ିଶାମୁଖ୍ୟ ଖବର

ଫ୍ଲଡ ଲାଇଟ୍ ବନ୍ଦ ହେବା ଘଟଣାରେ ଓସିଏକୁ ନୋଟିସ

ଭୁବନେଶ୍ୱର, 10 ଫେବୃଆରୀ – ବାରବାଟି ଷ୍ଟାଡିୟମରେ ଫ୍ଲଡ ଲାଇଟ୍ ବନ୍ଦ ହେବା ଘଟଣାରେ ଓସିଏକୁ ନୋଟିସ । ଓସିଏକୁ କାରଣ ଦର୍ଶାଅ ନୋଟିସ ଜାରି କଲା କ୍ରୀଡ଼ା ବିଭାଗ। ଆଲୋକ ବିଫଳତା ଯୋଗୁଁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ସମୟରେ ହୋଇଥିବା ବାଧା ପାଇଁ କାରଣ ଦର୍ଶାନ୍ତୁ ବୋଲି ଓସିଏକୁ ଚିଠି ଲେଖିଛନ୍ତି କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ।
କଟକର ବାରବାଟୀ ଷ୍ଟାଡିୟମରେ ୯ ଫେବୃଆରୀ ୨୦୨୫ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍ ସମୟରେ, ଗୋଟିଏ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା ଏବଂ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ଏହି ଘଟଣା ଯୋଗୁଁ ପ୍ରାୟ ୩୦ ମିନିଟ୍ ପାଇଁ ମ୍ୟାଚ୍ ବନ୍ଦ ରହିଥିଲା, ଯାହା ଫଳରେ ଖେଳାଳି ଏବଂ ଦର୍ଶକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Show More

Related Articles

Back to top button