Breaking PLUSଓଡ଼ିଶାମୁଖ୍ୟ ଖବର

ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର- କ୍ରୀଡ଼ା ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉବୋଲି ଦାବି କରିଛି ବିଜେଡ଼ି । ବାରବାଟୀରେ ଇଣ୍ଡିଆ ଇଂଲଣ୍ଡ ମ୍ୟାଚ ବେଳେ ଫ୍ଲଡ ଲାଇଟ ବନ୍ଦ ହେବା ଘଟଣା । କ୍ରୀଡାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି । ଏଭଳି ଘଟଣାରେ କେବଳ ଓସିଏ ନୁହେଁ ବିସିସିଆଇ ଓ କ୍ରୀଡା ମନ୍ତ୍ରୀ ମଧ୍ୟ ଦାୟୀ । ପୂର୍ବରୁ କ୍ରୀଡା ମନ୍ତ୍ରୀ ଅନେକ ଥର ଯାଇ ମ୍ୟାଚ ପୂର୍ବରୁ ସମୀକ୍ଷା କରିଛନ୍ତି । ଫ୍ଲଡ଼ ଲାଇଟ କଟିବା ଯୋଗୁଁ ଆଜି କେବଳ ଓଡିଶା ନୁହେଁ ଭାରତ ନିନ୍ଦିତ ହୋଇଛି  । ବିସିସିଆଇ ଓ ଓସିଏ ଉପରେ କାର୍ଯ୍ୟାନୁଷ୍ଠାନ ନେବା ସହ ନୈତିକତା ଦୃଷ୍ଟିରୁ କ୍ରୀଡା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ।

 

 

Show More

Related Articles

Back to top button