Breaking PLUSଓଡ଼ିଶାମୁଖ୍ୟ ଖବର

ରାଜା ଚକ୍ରଙ୍କ ୩ଟି ଠିକଣାରେ ଇଡି ରେଡ୍

ଭୁବନେଶ୍ଵର: ବିଜେଡି ନେତା ରାଜା ଚକ୍ରଙ୍କ ୩ଟି ଠିକଣାରେ ଆଜି ବି ଚଢାଉ ଜାରି ରହିଛି। କ୍ରାଇମବ୍ରାଞ୍ଚ, ଇଓଡବ୍ଲୁ ଏବଂ ଏସଟିଏଫ୍ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଉଛି। ବଣାଇ, ଗୋପାଳପୁର ବନ୍ଦର ଏବଂ କେନ୍ଦୁଝର ଟାଉନରେ ରେଡ୍ ଚାଲିଛି। ଅନ୍ତରୀଣ ସୁରକ୍ଷାରେ ଥିବା ରାଜା ଚକ୍ରଙ୍କର ଆଜି ହାଇକୋର୍ଟରେ ଶୁଣାଣି ରହିଛି। ଅନ୍ତରୀଣ ସୁରକ୍ଷା ହଟାଇବାକୁ ଇଓଡବ୍ଲୁ ପ୍ରମାଣପତ୍ର ଦାଖଲ କରିବ। ପୂର୍ବରୁ ରାଜାଙ୍କ ବାସଭବନ ସମେତ ୧୦ଟି ଠିକଣାରେ ଏକାସଙ୍ଗେରେ ଚଢାଉ କରିଥିଲା ଇଓଡପ୍ଲୁ। କେନ୍ଦୁଝର ସମେତ ସୁନ୍ଦରଗଡ଼଼, ସମ୍ବଲପୁର, ଗଞ୍ଜାମ ଓ ବ୍ରହ୍ମପୁରର ବିଭିନ୍ନ ଖଣି କାରବାର ସମ୍ପର୍କିିତ କାର୍ଯ୍ୟାଳୟରେ ତଦନ୍ତକାରୀ ସଂସ୍ଥା ଚଢ଼ଉ କରିଥିଲା। କେନ୍ଦୁଝରରେ ତାଙ୍କ ପରିବାର ଲୋକଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିଲା। ଏବଂ ସେଠାରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ପରିବହନରେ ବ୍ୟବହୃତ ୧୭ଟି ବଡ଼ ଗାଡ଼ି, ଦାମୀ କାର୍‌ ଜବତ କରିଥିଲା । ତାଙ୍କ ଆକାଉଣ୍ଟରୁ ଏକାଧିକ ରାଜନେତାଙ୍କ ପାଖକୁ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡ଼ିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button