Breaking PLUSଦେଶମୁଖ୍ୟ ଖବର

ୱେଷ୍ଟଇଣ୍ଡିଜ ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍‌ ଜିତିଲା ଭାରତ

ୱେଷ୍ଟଇଣ୍ଡିଜ ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍‌ ଜିତିଲା ଭାରତ  । ଦ୍ବିତୀୟ ଟେଷ୍ଟକୁ ୭ ୱିକେଟ୍‌ରେ ଜିତି ସିରିଜ୍‌ କ୍ଲିନ୍‌ ସୁଇପ କଲା ଭାରତ  ।

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସାତ ୱିକେଟ ବିନିମୟରେ ବିଜୟୀ ହୋଇଛି ଭାରତ।  ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସ ଶେଷ ହେବା ପରେ ୧୨୧ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଭାରତ ପଞ୍ଚମ ଦିନ ମଙ୍ଗଳବାରରେ ଏହାକୁ ସହଜରେ ହାସଲ କରିଛି।

ଦିଲ୍ଲୀ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଇନିଂସରେ ୩୯୦ ରନ୍ କରିଥିଲା। ଟିମ୍ ଇଣ୍ଡିଆ ୫୧୮/୫ ସ୍କୋରରେ ପ୍ରଥମ ଇନିଂସ ଘୋଷଣା କରିଥିଲା। ଯେତେବେଳେ କି ୱେଷ୍ଟଇଣ୍ଡିଜ୍ ତାର ପ୍ରଥମ ଇନିଂସରେ ୨୪୮ ରନ କରିଥିଲା। ପ୍ରଥମ ଇନିଂସ ଆଧାରରେ ଭାରତ ୨୭୦ ରନ୍‌ ଆଗୁଆ ଥିଲା।

Show More

Related Articles

Back to top button