Breaking PLUSଓଡ଼ିଶାମୁଖ୍ୟ ଖବର

ନୂତନ ପଞ୍ଜିକରଣ ପାଇଁ ଆଜିଠୁ ଖୋଲିଲା ସୁଭଦ୍ରା ପୋର୍ଟାଲ

ଭୁବନେଶ୍ୱର, 1 ନଭେମ୍ବର – ନୂତନ ପଞ୍ଜିକରଣ ପାଇଁ ଆଜିଠୁ ଖୋଲିଲା ସୁଭଦ୍ରା ପୋର୍ଟାଲ । ଏନେଇ ପ୍ରଭାତି ପରିଡା ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ନୂତନ ପଞ୍ଜିକରଣ ପାଇଁ ସୁଭଦ୍ରା ପୋର୍ଟାଲ ୧ ନଭେମ୍ବର ୨୦୨୫ ରୁ ୩୦ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଖୋଲାଯାଇଛି।

ନୂତନ ଯୋଗ୍ୟ ମହିଳାମାନେ, ଯେଉଁମାନଙ୍କୁ ୧ ଏପ୍ରିଲ, ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ହୋଇଥିବ ଏବଂ ସୁଭଦ୍ରା ଯୋଜନାର ଅନ୍ୟାନ୍ୟ ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବେ, ସେମାନେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଆବେଦନ କରିପାରିବେ ।

Show More

Related Articles

Back to top button