Breaking PLUSଓଡ଼ିଶାମୁଖ୍ୟ ଖବର
ହ୍ୟୁମାନ ମୃତ୍ୟୁ ମାମଲାରେ ସମସ୍ତଙ୍କୁ ନୋଟିସ ହେବ- ADCP

କଟକ: ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ମା’ ଶେଫାଳୀ ସୁନାଙ୍କ ଏତଲା ପ୍ରସଙ୍ଗ । କଟକ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ୯ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ଶେଫାଳୀ ସୁନା । ଏତଲାକୁ ଭିତ୍ତି କରି ତଦନ୍ତ ହେବ,ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି । ଯେଉଁମାନଙ୍କ ନାଁ ଏତଲାରେ ଅଛି ସେମାନଙ୍କୁ ନୋଟିସ୍ କରି ଡକାଯିବ । ମାମଲାର ବ୍ୟାପକ ତଦନ୍ତ କରାଯିବ କହିଛନ୍ତି ADCP ଅମରେନ୍ଦ୍ର ପଣ୍ଡା ।



