Breaking PLUSଓଡ଼ିଶାମୁଖ୍ୟ ଖବର

ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା କିସ୍ତି ଟଙ୍କା

ଭୁବନେଶ୍ୱର- ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା କିସ୍ତି ଟଙ୍କା। ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ପାଇବେ ୫ ହଜାର ଟଙ୍କା। ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ୪ର୍ଥ କିସ୍ତି। ୧ କୋଟିରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯିବ ମୋଟ ୫ ହଜାର କୋଟି ଟଙ୍କା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଏହା ପୂର୍ବରୁ ସୁଭଦ୍ରା ଯୋଜନାରେ ହିତାଧିକାରୀମାନେ ୩ଟି କିସ୍ତିରେ ମୋଟ ୧୫ ହଜାର ଟଙ୍କା ସହାୟତା ରାଶି ପାଇଛନ୍ତି। ସୁଭଦ୍ରା ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ମୋଟ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button