Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠାରୁ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର- ବିଧାନସଭା ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଆରମ୍ଭରୁ ବିଧାନସଭା ସରଗରମ ହେବ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ରଣନୀତି ତିଆରି କରିଥିବାବେଳେ ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ଜବାବ ଦେବାକୁ ସମସ୍ତ ଯୋଜନା ପ୍ରସ୍ତୁତ କରିଛନ୍ତି। ବିରୋଧୀଙ୍କ ଶାଣିତ ସ୍ବର ଓ ଶାସକ ଦଳ ବିରୋଧୀଙ୍କୁ ସମ୍ମୁଖୀନ ହେବା ନେଇ ଗୃହ କମ୍ପିବ। ଅଧିବେଶନ ସମୟରେ ରାଜ୍ୟସଭା ନିର୍ବାଚନ ଥିବାବେଳେ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ଆଶଙ୍କା ରହିଛି। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକରେ ଶାସକ ଏବଂ ବିରୋଧୀ ଦଳର ସହଯୋଗ ଲୋଡ଼ିଛନ୍ତି। ବିରୋଧୀ ଗୃହ କାର୍ଯ୍ୟ ଚଳାଇବାରେ କେତେଦୂର ସହଯୋଗ କରୁଛନ୍ତି ଏବଂ ବାଚସ୍ପତି ଶ୍ରୀମତୀ ପାଢ଼ୀ କିପରି ଗୃହକାର୍ଯ୍ୟ ପରିଚାଳନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Show More

Related Articles

Back to top button