ଦୁର୍ଘଟଣାଦେଶ

କିସ୍ତୱାଡ଼ରେ ଭୂସ୍ଖଳନ: ଜଣେ ମୃତ, ତୁଷାରପାତରେ ଫସିଥିବା ୨୩୫ ଯାତ୍ରୀ ଉଦ୍ଧାର

ଜମ୍ମୁ ଓ କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏକ ଜଳବିଦ୍ୟୁତ ପ୍ରକଳ୍ପ ନିକଟରେ ଭୂସ୍ଖଳନ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ରବିବାର-ସୋମବାର ରାତିରେ ଘଟିଥିବା ଏହି ଘଟଣାରେ ଦୁଇ ଶ୍ରମିକ ଫସିଯାଇଥିଲେ। ପରେ ଉଦ୍ଧାର ଅଭିଯାନରେ ଜଣେ ଆହତ ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଏହାସହ ପ୍ରବଳ ତୁଷାରପାତ ଯୋଗୁଁ ସିନ୍ଥନ ପାହାଡ଼ ଶୀର୍ଷରେ ୩୮ଟି ଗାଡ଼ିରେ ଯାଉଥିବା ମହିଳା ଓ ଶିଶୁ ସମେତ ୨୩୫ ଜଣ ଯାତ୍ରୀ ଫସି ରହିଥିଲେ। ପୁଲିସ, ସେନା ଓ ନାଗରିକ ପ୍ରଶାସନର ମିଳିତ ଉଦ୍ଧାର ଅଭିଯାନରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ପ୍ରତିକୂଳ ପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି କିସ୍ତୱାଡ଼ ଓ ନିକଟସ୍ଥ ଡୋଡା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ସୋମବାର ପାଇଁ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ।

Show More

Related Articles

Back to top button