ଦେଶମୁଖ୍ୟ ଖବରଶିକ୍ଷା

କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

କେନ୍ଦ୍ରୀୟ ବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ବାଲବାଟିକା-୧, ବାଲବାଟିକା-୩ ଓ ପ୍ରଥମ ଶ୍ରେଣୀ ପାଇଁ ଅନଲାଇନ୍ ପଞ୍ଜୀକରଣ କରାଯିବ। ଏହା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।
ବାଲବାଟିକା-୨ ଓ ଦ୍ୱିତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ପାଇଁ ଏପ୍ରିଲ୍ ୨ରୁ ୮ ତାରିଖ ମଧ୍ୟରେ ଅଫଲାଇନ୍ ପଞ୍ଜୀକରଣ ହେବ। ଏପ୍ରିଲ୍ ୧୩ରେ ପ୍ରଥମ ତାଲିକା ପ୍ରକାଶ ହେବ ଓ ଜୁନ୍ ୩୦ ସୁଦ୍ଧା ସମଗ୍ର ନାମଲେଖା ପ୍ରକ୍ରିୟା ସମାପ୍ତ କରାଯିବ।
ଏକାଦଶ ଶ୍ରେଣୀର ନାମଲେଖା ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶ ପରେ ୧୦ ଦିନ ମଧ୍ୟରେ ଆରମ୍ଭ ହେବ। ପ୍ରଥମେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାମଲେଖା ସମ୍ପୂର୍ଣ୍ଣ କରାଯିବ, ପରେ ଅବଶିଷ୍ଟ ସ୍ଥାନରେ ଅନ୍ୟ ବିଦ୍ୟାଳୟର ପିଲାଙ୍କୁ ସୁଯୋଗ ଦିଆଯିବ। ଏନେଇ ସମସ୍ତ ସୂଚନା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ୱେବସାଇଟ୍ https://kvsangathan.nic.in/enରେ ଉପଲବ୍ଧ ରହିଛି ।

Show More

Related Articles

Back to top button