Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଶକ୍ତିଶ୍ରୀ ଯୋଜନାରେ ଗୁରୁତ୍ୱ; ଉଚ୍ଚଶିକ୍ଷାକୁ ବଡ଼ ବଜେଟ୍

୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ଉଚ୍ଚଶିକ୍ଷା ବିଭାଗର ୩୬୬୪.୪୦ କୋଟି ଟଙ୍କା ବ୍ୟୟ ଦାବି ବିଧାନସଭାରେ ମଞ୍ଜୁର ହୋଇଛି। ପ୍ରଶାସନିକ ଖର୍ଚ୍ଚ ଓ ବିଭିନ୍ନ ଯୋଜନା ପାଇଁ ଏହି ଅର୍ଥ ବ୍ୟୟ ହେବ।
ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ‘ଶକ୍ତିଶ୍ରୀ’ ଯୋଜନାକୁ ଗୁରୁତ୍ୱ ଦେଇ ୧୫ କୋଟି ଟଙ୍କା ବରାଦ ହୋଇଛି। ଏହା ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ କାର୍ଯ୍ୟକାରୀ ହେବ।
ଏହାସହ ପିଏମ-ଉଷା, ଛାତ୍ରବୃତ୍ତି, ହଷ୍ଟେଲ ଓ ସିଭିଲ୍ ସର୍ଭିସ୍ କୋଚିଂ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା ରହିଛି। ସରକାର ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ସୁଯୋଗ ବୃଦ୍ଧିକୁ ମୁଖ୍ୟ ଲକ୍ଷ୍ୟ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button