Breaking PLUSଓଡ଼ିଶାମୁଖ୍ୟ ଖବର

ଗ୍ୟାସ ନେଇ ବିଚଳିତ ନ ହେବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରାମର୍ଶ

ଭୁବନେଶ୍ୱର- ଘରୋଇ ଗ୍ୟାସର ଅଭାବ ନେଇ ଖାଉଟିମାନଙ୍କୁ ବିଚଳିତ ନ ହେବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରାମର୍ଶ ଦେଇଛନ୍ତି। ଗୋଟେ ଦିନରେ ୨ ହଜାର ଗ୍ୟାସର ଆବଶ୍ୟକତା ରହିଛି। କିନ୍ତୁ ଆବଶ୍ୟକତାଠାରୁ ଅଧିକ ଅର୍ଥାତ ୧୪ ହଜାର ଗ୍ୟାସ ମହଜୁଦ ରହିଛି। ମାତ୍ର କମର୍ସିଆଲ ପାଇଁ ଆଜିଠାରୁ ଆଉ ୨୦ ପ୍ରତିଶତ ଗ୍ୟାସ ଯୋଗେଇ ଦିଆଯିବ।

ପୂର୍ବରୁ କମର୍ସିଆଲ ଗ୍ୟାସ ୨୦ ପ୍ରତିଶତ ଦିଆଯାଉଥିବା ବେଳେ ତାକୁ ୫୦ ପ୍ରତିଶତ ଯୋଗେଇ ଦେବାକୁ ଆମର ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ଆଜିଠାରୁ 40ପ୍ରତିଶତ ଗ୍ୟାସ ପାଇପାରିବେ କମର୍ସଆଲ ଉପଭୋକ୍ତା।  ତେବେ ଆଉ 10 ପ୍ରତିଶତ ନେଇ କେନ୍ଦ୍ର କିଛି ସର୍ତ୍ତ ରଖିଛି। ସେସବୁକୁ ନେଇ ଆଜି ବୈଠକରେ ଆଲୋଚନା ହେବ। ଆଉ ଦିନେ ଦୁଇ ଦିନ ମଧ୍ୟରେ 50 ପ୍ରତିଶତ ଗ୍ୟାସ କମର୍ସଆଲ କ୍ଷେତ୍ରକୁ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ।

Show More

Related Articles

Back to top button