Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ ଭାରତରେ ୬୦ ଦିନର ତେଲ ମଜୁତ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ଭାରତରେ ତୈଳ ଯୋଗାଣକୁ ନେଇ ଚିନ୍ତା ବଢ଼ିଥିଲେ ମଧ୍ୟ ସରକାର ଆଶ୍ୱସ୍ତ କରିଛନ୍ତି ଯେ କୌଣସି ଅଭାବ ନାହିଁ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ପ୍ରାୟ ୬୦ ଦିନ ପାଇଁ ତେଲ ମଜୁତ ରହିଛି, ଯାହା ବିନା ଆମଦାନୀରେ ମଧ୍ୟ ଦୁଇ ମାସ ପର୍ଯ୍ୟନ୍ତ ଚାଲିପାରିବ।
ହର୍ମୁଜ ସମୁଦ୍ରପଥ ନେଇ ଚିନ୍ତା ଥିଲେ ମଧ୍ୟ ଭାରତ ୪୦ରୁ ଅଧିକ ଦେଶରୁ ତେଲ ଆମଦାନୀ କରୁଥିବାରୁ ଯୋଗାଣ ସ୍ଥିର ରହିଛି। ଦେଶର ସମସ୍ତ ରିଫାଇନାରୀ ସାଧାରଣ ଭାବେ କାମ କରୁଛି ଓ ପେଟ୍ରୋଲ, ଡିଜେଲ ଓ ଏଲପିଜିର କୌଣସି ଅଭାବ ନାହିଁ। ସରକାର ଗୁଜବରେ ବିଶ୍ୱାସ ନକରିବାକୁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।
ଏହି ପରିସ୍ଥିତି ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ଓ ପରିସ୍ଥିତିର ସମୀକ୍ଷା କରିବେ।

Show More

Related Articles

Back to top button