Breaking PLUSଓଡ଼ିଶାମୁଖ୍ୟ ଖବର
ମନ୍ କୀ ବାତରେ ଦୁଇ ଓଡ଼ିଆଙ୍କୁ ପ୍ରଶଂସା କଲେ ପିଏମ ମୋଦି

ଭୁବନେଶ୍ୱର, ୨୯ ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୧୩୨ତମ ଏପିସୋଡରେ ୨ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି । କେନ୍ଦ୍ରାପଡ଼ାର ଓମ୍ପ୍ରକାଶ ରଥ ଓ ସମ୍ବଲପୁରର ସୁଜାତା ଭୂୟାଁଙ୍କୁ ପ୍ରଶଂସା କରିଛନ୍ତି ପିଏମ ମୋଦି ।
ମନ୍ କି ବାତ୍ରେ ସମ୍ବଲପୁରର ସୁଜାତା ଭୂୟାଁଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ହୀରାକୁଦ ଡ୍ୟାମରେ ମାଛ ଚାଷରେ ସଫଳତା ପାଇଥିବାରୁ ସୁଜାତାଙ୍କୁ ପ୍ରଶଂସା କରିଛନ୍ତି ପିଏମ ।
ମନ୍ କି ବାତ୍ରେ କେନ୍ଦ୍ରାପଡ଼ାର ଯୁବକ ଓମ୍ ପ୍ରକାଶ ରଥଙ୍କ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓମ୍ ପ୍ରକାଶ ମହିଳା ସଶକ୍ତିକରଣ କ୍ଷେତ୍ରରେ ନିଜର ଗୁରୁତ୍ବପୂର୍ଣ୍ଣ ମତାମତ ଦେଇଥିବାରୁ ତାଙ୍କର ବିଚାରଧାରାକୁ ସ୍ବାଗତ କରିଛନ୍ତି ମୋଦୀ ।



