ଆସାମ ନିର୍ବାଚନ: କଂଗ୍ରେସର ଇସ୍ତାହାର ଜାରି, ୧୧ଟି ମୁଖ୍ୟ ସଂକଳ୍ପ

ଆସାମ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାହୁଲ ଗାନ୍ଧୀ ଗୁରୁବାର କଂଗ୍ରେସ ଦଳର ଇସ୍ତାହାର ଜାରି କରିଛନ୍ତି। ଏଥିରେ ମୋଟ ୧୧ଟି ସଂକଳ୍ପନାମା ରହିଥିବା ସୂଚନା ମିଳିଛି।
ଏହି ଇସ୍ତାହାରରେ ଶାସନ ବ୍ୟବସ୍ଥା, ପରିଚୟ, ଭିତ୍ତିଭୂମି ବିକାଶ, ଉଦ୍ୟୋଗୀକରଣ, କୃଷି, ଗ୍ରାମୀଣ ଓ ସହରୀୟ ବିକାଶ, ଜଳବାୟୁ ପରିବର୍ତ୍ତନ, ସ୍ୱାସ୍ଥ୍ୟସେବା ଏବଂ ଆସାମର ସୁରକ୍ଷା ପରି ବିଭିନ୍ନ କ୍ଷେତ୍ରକୁ ଆବହଳା କରାଯାଇଛି।
ବୋକାଜାନ୍ରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀଙ୍କ ସହ ଗୌରବ ଗୋଗୋଇ ଓ ଅନ୍ୟ ବରିଷ୍ଠ ନେତାମାନେ ଏହି ଇସ୍ତାହାରକୁ ଉନ୍ମୋଚନ କରିଥିଲେ।
ଏହାପୂର୍ବରୁ ମଲ୍ଲିକାର୍ଜୁନ ଖାର୍ଗେ ଆସାମ ଗସ୍ତ ସମୟରେ କଂଗ୍ରେସର ୫ଟି ମୁଖ୍ୟ ଗ୍ୟାରେଣ୍ଟି ଘୋଷଣା କରିଥିଲେ। ସେଥିରେ ମହିଳା କଲ୍ୟାଣ, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା, ଜମି ଅଧିକାର ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ବିଷୟ ସାମିଲ ଅଛି।
ଇସ୍ତାହାରରେ ମହିଳାଙ୍କୁ ଆର୍ଥିକ ସହାୟତା ଦେବା ସହ ବ୍ୟବସାୟ ବୃଦ୍ଧି ପାଇଁ ଅତିରିକ୍ତ ୫୦,୦୦୦ ଟଙ୍କା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।



