Breaking PLUSଓଡ଼ିଶାମୁଖ୍ୟ ଖବର
ମଦ ପିଇ ଦୁର୍ଘଟଣା ଘଟାଇବା ପରେ ପିଟିଲେ
ଭୁବନେଶ୍ୱର, ଏପ୍ରିଲ ୦୫- ରାଜଧାନୀରେ ମଦ୍ୟପ ଯୁବକ ଦୁର୍ଘଟଣା ଘଟାଇଲେ,ପିଟିଲେ ,ବିରୋଧ କରିବାରୁ ଖଣ୍ଡାରେ ଗୋଡେଇ ଗୋଡେଇ ହାଣିଲେ। ଖାରବେଳ ନଗର ଥାନା ୟୁନିଟ ୪ ଆମିଷ ବଜାର ପାଖରେ ହୋଟେଲ କର୍ମଚାରୀକୁ ଗୋଡେଇ ଗୋଡେଇ ହାଣିଛନ୍ତି ୪ ମଦ୍ୟପ ଯୁବକ।
ଆହତ ଯୁବକ ହେଲେ ପୂର୍ବ ପଶ୍ଚିମବଙ୍ଗ, ମେଦିନପୁର ଅଞ୍ଚଳର ବୁଦ୍ଧ ଭୂୟାଁ। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।
ରାତିରେ ହୋଟେଲରୁ କାମସାରି ଫେରୁଥିବା ବେଳେ ୨ ଜଣ ଯୁବକ ଆସି ଆହତ ଯୁବକ ଜଣଙ୍କୁ ଧକ୍କା ଦେଇଥିଲେ । ଧକ୍କା ଦେବା ପରେ ଉଭୟଙ୍କ ଭିତରେ କିଛି ସମୟ ପଟିତୁଣ୍ଡ ଓ ବଚସା ହୋଇଥିଲା।ଏହାକୁ ବିରୋଧ କରିବାରୁ ଆଉ ୨ ଜଣ ଯୁବକ ଆସି ଖଣ୍ଡାରେ ହାଣିଛନ୍ତି । ଘଟଣାସ୍ଥଳରୁ ୪ ଯୁବକ ଚଂପଟ ମାରିଛନ୍ତି। ଘଟଣାକୁ ଗୁରୁତର ସହିତ ନେଇ ୪ ଅପରାଧୀଙ୍କୁ ଖୋଜୁଛି ପୋଲିସ୍।



