Breaking PLUSଓଡ଼ିଶାମୁଖ୍ୟ ଖବର

ଚଇତି ପର୍ବ ପାଇଁ ଉତ୍ସବ ମୁଖର ଘଟଗାଁ ମା‘ ତାରିଣୀ ପୀଠ

କେନ୍ଦୁଝର, 9 ଏପ୍ରିଲ- ଆଜିଠାରୁ ଆରମ୍ଭ ହୋଇଛି କେନ୍ଦୁଝର ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ମା ତାରିଣୀଙ୍କର ପ୍ରସିଦ୍ଧ ଚଇତି ପର୍ବ । ଚଇତି ପର୍ବ ପାଇଁ ଉତ୍ସବ ମୁଖର ଘଟଗାଁ ମା‘ ତାରିଣୀ ପୀଠ। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଚଇତି ପର୍ବରେ ଆଜିଠାରୁ ୭ଦିନ ଧରି ପ୍ରକମ୍ପିତ ହେବ ଘଟଗାଁ ମାତାରିଣୀଙ୍କ ପୀଠ । ଆଜିଠାରୁ ୧୫ ତାରିଖ ଯାଏ ଅନୁଷ୍ଠିତ ହେବ ମା ତାରିଣୀଙ୍କର ୯୦ତମ ଚଇତି ପର୍ବ । ଚଇତି ପର୍ବରେ ମା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।

ପ୍ରତିଦିନ ମନ୍ଦିର ଭିତରେ ଭାଗବତ ପାଠ, ଚଣ୍ଡୀପାଠ ହେବା ସହ, ସାଂସ୍କୃତିକ ମଣ୍ଡପରେ ସକାଳ ୯ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । ଚଇତି ପର୍ବର ୬ଷ୍ଠ ଦିନ, ଆସନ୍ତା ୧୪ ତାରିଖ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷରେ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ ।

Show More

Related Articles

Back to top button