Breaking PLUSଓଡ଼ିଶାମୁଖ୍ୟ ଖବର

ବାରିପଦାରେ ଝାଡାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ବାରିପଦା, 14 ଏପ୍ରିଲ- ବାରିପଦା କାକିବନ୍ଧ ଆଶ୍ରମ ସ୍କୁଲରେ ଅଘଟଣ । ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଝାଡ଼ାବାନ୍ତିରେ ଅସୁସ୍ଥ ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରଧାନଶିକ୍ଷକ ନିଲମ୍ବିତ  । ରାସଗୋବିନ୍ଦପୁର ବ୍ଲକ୍‌ କକାବନ୍ଧ ଆଶ୍ରମ ସ୍କୁଲ୍‌ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲେ ଅତିରିକ୍ତ ଜିଲ୍ଲାପାଳ ।

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ତହସିଲର ରୂପାଲି ବେଶ୍ରା (ପିତା – ଦୁର୍ଗା ବେଶ୍ରା) ଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୩ ଲକ୍ଷର ସହାୟତା ଘୋଷଣା କରିଛନ୍ତି।

Show More

Related Articles

Back to top button