ଦୁର୍ଘଟଣାମୁଖ୍ୟ ଖବର

ଅନୁଗୋଳରେ ଭୟାବହ ଦୁର୍ଘଟଣା: ଦଣ୍ଡନାଚ ଦେଖି ଫେରୁଥିବାବେଳେ ଅଜଣା ଗାଡ଼ି ଧକ୍କାରେ ୨ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲାର ଜରପଡା ଥାନା ଅନ୍ତର୍ଗତ ବଡହିଂସର ଗାଁରେ ଘଟିଥିବା ଏକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ହିଂସିରିଡା ଗାଁ ନିକଟରେ ଏକ ଅଜଣା ଗାଡ଼ି ବାଇକ୍‌କୁ ଧକ୍କା ଦେଇ ଫେରାର ହୋଇଯାଇଥିବାରୁ ଏହି ଦୁର୍ଘଟଣା ଘଟିଛି।

ମୃତକମାନେ ପୂର୍ଣ୍ଣଚନ୍ଦ୍ର ସାହୁ (୪୫) ଓ ଧିରେନ ସାହୁ (୨୬) ବୋଲି ପରିଚୟ ମିଳିଛି। ସୂଚନା ଅନୁଯାୟୀ, ଉଭୟ ଏକ ବାଇକ୍‌ରେ ଜଗନ୍ନାଥପୁର ଗାଁକୁ ଦଣ୍ଡନାଚ ଦେଖିବାକୁ ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ହିଂସିରିଡା ନିକଟରେ ତାଙ୍କ ବାଇକ୍‌କୁ ଅଜଣା ଗାଡ଼ି ଜୋରଦାର ଧକ୍କା ଦେଇଥିଲା।

ଧକ୍କାରେ ଉଭୟ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲେ, କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ଅଜଣା ଗାଡ଼ିଟି ଫେରାର ହୋଇଯାଇଥିବାବେଳେ, ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାକାରୀ ଗାଡ଼ିକୁ ଚିହ୍ନଟ କରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଛି।

Show More

Related Articles

Back to top button