Breaking PLUSଓଡ଼ିଶାମୁଖ୍ୟ ଖବର

13ରୁ ହିଟୱେଭ ଆଲର୍ଟ

ଭୁବନେଶ୍ୱର- ହିଟ୍ ୱେଭ୍ ନେଇ ଆସନ୍ତା ୧୩ ତାରିଖ ପାଇଁ ଗୋଟିଏ ଜିଲ୍ଲା (ବରଗଡ଼)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ହିଟ୍ ୱେଭ୍ ନେଇ ୧୪ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୨ ଜିଲ୍ଲା ହେଲା ବରଗଡ଼, ବଲାଙ୍ଗିର । ହିଟ୍ ୱେଭ୍ ନେଇ ୧୫ ତାରିଖ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୩ ଜିଲ୍ଲା ହେଲା ସମ୍ବଲପୁର, ବରଗଡ଼, ବଲାଙ୍ଗିର ।

ଗରମ ଓ ଗୁଳୁଗୁଳି ନେଇ ଆଗାମୀ ୭ ଦିନ ଅର୍ଥାତ୍ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଗରମ ଓ ଗୁଳୁଗୁଳି ନେଇ ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ଗଜପତି ।

ସେହିପରି ଗରମ ଓ ଗୁଳୁଗୁଳି ନେଇ ୧୨ ତାରିଖ ପାଇଁ ୧୧ ଜିଲ୍ଲା, ୧୩ ତାରିଖ ପାଇଁ ୧୧ ଜିଲ୍ଲା, ୧୪ ତାରିଖ ପାଇଁ ୧୧ ଜିଲ୍ଲା, ୧୫ ତାରିଖ ପାଇଁ ୧୧ ଜିଲ୍ଲା, ୧୬ ତାରିଖ ପାଇଁ ୧୧ ଜିଲ୍ଲା ଏବଂ ୧୭ ତାରିଖ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

Show More

Related Articles

Back to top button