ପୂଜା ପାର୍ବଣମୁଖ୍ୟ ଖବର

ଚନ୍ଦନେଶ୍ୱର ଚଡ଼କ ମେଳାର ପାଟ ପର୍ବ ସମାପ୍ତ, ଶ୍ରୀଜିଉଙ୍କ ନିକଟରେ ଲାଗି ହେଲା ପଣା ଭୋଗ

୬ ଲକ୍ଷରୁ ଅଧିକ ଭକ୍ତଙ୍କ ଭିଡ଼

ଚନ୍ଦନେଶ୍ୱର: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ଶ୍ରୀଚନ୍ଦନେଶ୍ୱର ମନ୍ଦିରରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ଚଡ଼କ ମେଳାର ପାଟ ପର୍ବ ସୋମବାର ଭବ୍ୟ ଭାବେ ସମାପ୍ତ ହୋଇଛି। ଏହି ପର୍ବକୁ ମେଳାର ଅନ୍ତିମ ଓ ସର୍ବାଧିକ ଆକର୍ଷଣୀୟ ପର୍ବ ଭାବେ ଗଣାଯାଏ।
ପୁରୀର ରଥଯାତ୍ରା ପରେ ରାଜ୍ୟର ଦ୍ୱିତୀୟ ସର୍ବବୃହତ୍ ମେଳା ଭାବେ ପରିଚିତ ଏହି ଚଡ଼କ ମେଳାରେ ଏବର୍ଷ ୬ ଲକ୍ଷରୁ ଅଧିକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଯୋଗଦେଇଥିଲେ। ଶ୍ରୀଜୀଉଙ୍କ ଘଟ ଓ ଦଶଲକ୍ଷୀ ବେଶ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ପାରମ୍ପରିକ ରୀତିନୀତି ଅନୁସାରେ ମାନସିକଧାରୀ ଭକ୍ତମାନେ ଲୌହ କଣ୍ଟାରେ ଦେହ ବିଦ୍ଧ କରି ହାକାଣ୍ଡ ପୋଖରୀରୁ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିଥିଲେ, ଯାହା ମେଳାର ଏକ ବିଶେଷ ଆକର୍ଷଣ ରୂପେ ପରିଚିତ।
ମହାବିଷୁବ ସଂକ୍ରାନ୍ତି ଅବସରରେ ଭଗବାନଙ୍କୁ ପଣା ଭୋଗ ଲାଗି ହେବା ସହ ଆଗାମୀ ଦିନରେ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ପରେ ପର୍ବର ଔପଚାରିକ ସମାପ୍ତି ହେବ।
ମେଳା ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ, ମନ୍ଦିର ନ୍ୟାସ ପରିଷଦ ଓ ବିଭିନ୍ନ ବିଭାଗ ଦ୍ୱାରା କଢ଼ା ସୁରକ୍ଷା ବ୍ୟବସ୍ଥା ନେଇଥିଲେ। ମେଳାର ଅସ୍ଥାୟୀ ବିପଣି ଅକ୍ଷୟ ତୃତୀୟା ପର୍ଯ୍ୟନ୍ତ ଚାଲିଥିବା ସୂଚନା ମିଳିଛି।

Show More

Related Articles

Back to top button